ଆଗୁଆ ନିର୍ବାଚନ ପାଇଁ ଉପାୟ ଖୋଜିଛି ବିଜେପି : ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂରା ଦେଶରେ ଏକା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧକ୍ଷତାରେ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଓଡ଼ିଶାରେ ମଧ୍ୟ ଏକା ସମୟରେ ହେବାକୁ ଥିବା ଏହି ନିର୍ବାଚନ କୁ ନେଇ ଚର୍ଚ୍ଚା ଜୋରଧରିଛି । । ଏହାରି ମଧ୍ୟରେ ଏକକ ନିର୍ବାଚନ କମିଟି ଗଠନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଟ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ, ଏକକ ନିର୍ବାଚନକୁ ଯଦି ଅସୁବିଧା ନଥାଏ ତାହାଲେ ଏକକ ନିର୍ବାଚନ କରାଯାଇ ପାରେ। ତେବେ ବିଲ ନ ଆସିବା ପୂର୍ବରୁ ତା ବିଷୟରେ କହିବା ଅନୁଚିତ୍ ହେବ । ବିଜେପି ଆଗୁଆ ନିର୍ବାଚନ କରିବାକୁ ଚାହୁଁଚି କିନ୍ତୁ ନିକଟରେ ହୋଇଥିବା ବିିଭିନ୍ନ ସର୍ଭେରୁ ଯାହା ଜଣାପଡ଼ୁଛି ମୋଦିଙ୍କର ଲୋକପ୍ରିୟତା କମିକମି ଯାଉଛି । ତେଣୁ ବିଜେପି ପାର୍ଟି ଆଗୁଆ ନିର୍ବାଚନ କରାଇବା କୁ ଚାହୁଁଛି । ନିକଟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ସମ୍ପନ୍ନ ହୋଇଛି ସେଗିଡିକୁ ଭାଙ୍ଗିବା ସମ୍ବିଧାନ ବିରୋଧୀ ହୋଇପାରେ । ତେଣୁ ଏହି ଯୋଜନା ଖାରଜ ହେଇଯିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!