Masthead

ବାତ୍ୟା ‘ରେମାଲ’ ଭୟଙ୍କର ରୂପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ବର୍ତମାନ ଏହାର ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୨୯୦ ଏବଂ ବାଂଲାଦେଶ ଖେପୁପାରା ଠାରୁ ୩୦୦ କିମି ଦୂରରେ ରହିଛି ।

ଦୀଘାଠୁ ୩୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ପଶ୍ଚିମବଙ୍ଗରେ ରହିଛି ।  ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ସତର୍କ ରହିଛି ପ୍ରଶାସନ । ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି । ଦୀଘା ସମୁଦ୍ରକୂଳରେ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି । ଉଦ୍ଧାରକାର୍ଯ୍ୟ ପାଇଁ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ଏପଟେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।

ଏହା ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୨୬ରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ସୂଚନାଯୋଗ୍ୟ ମେ’୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ