Masthead

ଚେନ୍ନାଇ ଦ୍ୱିତୀୟ ଟେଷ୍ଟରେ ବଦଲା ନେଲା ଭାରତ

ଚେନ୍ନାଇ (ବଡ଼ ଖବର): ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ । ଇଂଲଣ୍ଡକୁ ୩୧୭ ରନରେ ହରାଇଲା ଭାରତ । ୪ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୧ ରେ ବରାବର । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ୧୬୪ ରନରେ ହେଲା ଅଲ୍ଆଉଟ୍  । ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟରେ ଆଜି ଇଂଲଣ୍ଡ ଦଳ ୧୬୪ ରନରେ ଅଲଆଉଟ୍ ହେବା ଫଳରେ ଭାରତ ଠାରୁ ୩୧୭ ରନରେ ପରାଜିତ ହୋଇଛି। ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା ଭାରତ। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩୪ ରନ କରି ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ୧୯୫ ରନରେ ଆଗୁଆ ରହିଥିଲା। ପ୍ରଥମ ଇନିଂସରେ ମୋଟ ୧୯୫ ରନରେ ଅଗ୍ରଣୀ ଥିବା ଭାରତ ନିଜର ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଆର. ଅଶ୍ୱିନୀ ୧୦୬ ରନ କରିଥିବାବେଳେ ବିରାଟ କୋହଲି ୬୨ରନ କରିଥିଲେ । ଇଂଲାଣ୍ଡ ପକ୍ଷରୁ ଜାକ୍ ଲିଚ୍ କରିଥିବାବେଳେ ଓ ମୋଇନ ଅଲ୍ଲୀ ୪ଟି ଲେଖାଏଁ ୱିକେଟ ନେଇଥିଲେ ।

ଇଂଲଣ୍ଡ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ରୋରି ବର୍ନସ ୨୫ ରନ କରି ଆଉଟ ହୋଇଥିବାବେଳେ ଡୋମିନିକ ସିବଲି ୩ ରନ ଓ ଜାକ ଲିଚ୍ ୦ ରନରେ ଆଉଟ ହୋଇଥିଲେ। ଆଜି ସକାଳେ ଡାନିଏଲ ଲରେନ୍ସ ଓ ଜୋ ରୁଟ ବ୍ୟାଟିଂ ଆରମ୍ଭ କରି ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ୧୬୪ରନରେ ସମସ୍ତ ଉଇକେଟ୍ ହରାଇଥିଲା ଦଳ। ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ