Masthead

ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାକିରି ନେଇଯିବାର ଧମକ ଦେଇ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ। ପ୍ରତିବାଦ କରିବାରୁ ସ୍ୱାମୀଙ୍କୁ ମାଡ ମରିଛି ଅଭିଯୁକ୍ତ । ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଖୋଦ ରାଜଧାନୀ ଭୂବନେଶ୍ୱରରେ । ଘଟଣାର ଦୁଇଦିନ ପରେ ଆଜି ପଦାକୁ ଆସିଛି ଖବର । ମାଷ୍ଟରକ୍ୟାଣ୍ଟି ନିକଟରେ ଥିବା ଏକ ଢାବାରେ ଦୀର୍ଘଦିନ ହେବ ପୀଡ଼ିତା ଓ ତାଙ୍କ ସ୍ୱାମୀ କାମ କରୁଥିଲେ । ଢାବା ମ୍ୟାନେଜର ସୁକାନ୍ତ ପିଡିତା ମହିଳାଙ୍କ ଉପରେ ଦୀର୍ଘଦିନ ହେବ ଆଖି ପକାଇଥିଲେ । ଶନିବାର ଢାବାରେ କେହି ନଥିବା ସୁଯୋଗ ନେଇ ସୁକାନ୍ତ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ତେବେ ଏହି ସମୟରେ ବାହାରକୁ ଯାଇଥିବା ପୀଡିତାଙ୍କ ସ୍ୱାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମରିଥିଲେ । ଘଟଣା ସମ୍ପର୍କରେ କାହା ଆଗରେ ପାଟି ଖୋଲିଲେ ଚାକିରିରୁ ବିଦା କରିଦେବାର ଧମକ ଦେଇଥିଲେ । ଚାକିରି ଚାଲିଯିବା ଭୟରେ ଏହି ଦମ୍ପତି ଚୁପଚାପ ରହିଯାଇଥିଲେ । ଘଟଣାର ଆପୋସ ସମାଧାନ ପାଇଁ ଦମ୍ପତିଙ୍କ ପାଖକୁ ସୁକାନ୍ତ କିଛି ଲୋକଙ୍କୁ ପଠାଇଥିଲେ ।

ତେବେ କୌଣଷି ସୁତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଢାବାରେ ଚଢଉ କରି ସୁକାନ୍ତକୁ ଗିରଫ କରିଛି । ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା ମଧ୍ୟ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା