ମନମୁଖୀ ଭାବରେ ଚାଲିଛି ପୂର୍ତ୍ତ ବିଭାଗର ରାସ୍ତାକାମ, ବିରୋଧ କଲେ ମିଳୁଛି ଧମକ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ମନମୁଖୀ ଭାବରେ ଚାଲିଛି ପୂର୍ତ୍ତ ବିଭାଗର ରାସ୍ତାକାର୍ୟ୍ୟ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ପୂର୍ତ୍ତ ବିଭାଗ ପକ୍ଷରୁ ନାଉଗାଁ ଆଙ୍କୁଅ ରାସ୍ତାର ପ୍ରାୟ ୫ କିଲୋ ମିଟର ରାସ୍ତାର ସମ୍ପ୍ରସାରଣ କାର୍ୟ୍ୟ ଚାଲୁ ରହିଛି। କିନ୍ତୁ ଦୁଃଖର ବିଷୟ ଏହି ରାସ୍ତା କାର୍ୟ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଦେଖିବାକୁ ମିଳିଛି। ଏକ ବର୍ଷ ହେଲାଣି କାର୍ୟ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ସୂଚନା ଫଳକ ଦେଖିବାକୁ ମିଳୁନାହିଁ ତା ସହିତ କାର୍ୟ୍ୟ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦର୍ଶନ ମିଳିବା କଷ୍ଟକର। ନିମ୍ନମାନର କାର୍ୟ୍ୟ ହେଉଥିବା ଅଭିଯୋଗ ଆଣୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ବିରୋଧ କଲେ ମିଲୁଛି ଧମକ।

ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଅର୍ଥ ପିପାସୁ ଠିକାଦାରଙ୍କ ପାଇଁ ହିନସ୍ଥା ହେଉଛନ୍ତି ସାଧାରଣ ଜନତା। ସରକାରଙ୍କ ଜାଗା ଥାଇ ସେଠି ରାସ୍ତା ନିର୍ମାଣ କରା ନଯାଇ ସାଧାରଣ ଲୋକଙ୍କ ଜାଗା ଉପରେ ଜୋର ଜବରଦସ୍ତ ନିର୍ମାଣ କରାଯାଉଛି ରାସ୍ତା । ଯଦି ସାଧାରଣ ଲୋକ ବିରୋଧ କଲେ ଠିକାଦାରଙ୍କ ପୋଷା ଗୁଣ୍ଡା ଦେଉଛନ୍ତି ଧମକ। ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ତୁରନ୍ତ ସମାଧାନ ପାଇଁ କାର୍ୟ୍ୟକୁ ବନ୍ଦ କରିଛନ୍ତି ସାଧାରଣ ଜନତା । ଯଥା ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ କରିଛନ୍ତି ଗୁହାରି। ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ରାସ୍ତା ରୋକ କରିବା ପାଇଁ ସ୍ଥାନୀୟ ଲୋକେ ଦେଇଛନ୍ତି ଚେତାବନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!