Masthead

କରୋନା ସବୁ ସାରିଦେଲା

କଟକ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦଶନ୍ଧି ଧରି କଟକ ଦଶହରାରେ ବାଉଁଶ ତିଆରି କୁଲା, ବାଉଁସିୟା,ଚାଙ୍ଗୁଡ଼ି, ଗାଣ୍ଡୁଆ ଆଦି ଘରୋଇ ଉପକରଣ ବିକ୍ରି ହୋଇଥାଏ । ଓଡିଶାର କୋଣ ଅନୁକୋଣରୁ ବାଉଁଶ କାରିଗରମାନେ ଆସିଥାନ୍ତି କଟକ ସହରକୁ । ଏଥର କିନ୍ତୁ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ । ବାଉଁଶ ତିଆରି ଜିନିଷ ବିକ୍ରିକରି ଚଳୁଥିବା କାରିଗରମାନେ ହତାଶ ହୋଇଛନ୍ତି । ବଡମ୍ବା, ନରସିଂହପୁର, ଆଠଗଡ, ବିନ୍ଧାଣିମା, ମାନପୁର, କରଂଜି ଆଦି ଅଞ୍ଚଳରୁ କାରିଗରମାନେ ଦେବୀଗଡ଼ାରେ ବାଉଁଶ ତିଆରି ଜିନିଷ ବ୍ୟବସାୟ କରନ୍ତି, କିନ୍ତୁ କରୋନା ମହାମାରୀ ଛଡାଇ ନେଇଛି ସେମାନଙ୍କର କୁଳବେଉସା ।

ଦୀର୍ଘ ଆଠମାସ ଧରି ବ୍ୟବସାୟ ହରାଇ ଘରେ ବସି ରହିଥିବା ଏହି ବ୍ୟବସାୟୀମାନେ ଦଶହରା ଭସାଣିରେ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ମାତ୍ର ଭସାଣିରେ ଦେବୀଗଡ଼ା ଖାଁ ଖାଁ । ଲୋକ ନଥିବାରୁ ବେପାର ସମ୍ପୂର୍ଣ୍ଣ ବନ୍ଦ । ବଡମ୍ବା ଅଂଚଳର ବାଉଁଶ କାରିଗର ଚନ୍ଦନ ରାଉଳ, ଆଠଗଡ ବିନ୍ଧାଣିମା ଅଂଚଳର ଶ୍ରଦ୍ଧାଞ୍ଜଳି ବରାଳ, ନରସିଂହପୁର ଅଂଚଳର ଅଭିନ୍ନ ରାଉତ ପ୍ରମୁଖ କହିଛନ୍ତି, ଆଶା ଆଶାରେ ରହିଗଲା । କରୋନା ସବୁ ସାରିଦେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ