କୋୱିନରେ ସ୍ଲଟ ବୁକ ନକରି ଭୁବନେଶ୍ୱରବାସୀ ନେଇ ପାରିବେ ଦ୍ୱିତୀୟ ଡୋଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ ପାରିବେ । ଦ୍ୱିତୀୟ ଡୋଜ ଟିକା ନେବା ପାଇଁ କେବଳ ପ୍ରଥମ ଡୋଜ ଟିକାକରଣ ସାର୍ଟିଫିକେଟ ନେଇ ଆସିବେ ।

ଯିଏ ଯେଉଁ ତାରିଖରେ ପ୍ରଥମ ଡୋଜ ଟିକା ନେଇଥିଲେ, ସେହି ଅନୁସାରେ ତାଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ତାରିଖ ଓ ସମୟ ବିଏମସି ପକ୍ଷରୁ ଜାରି କରାଯାଇଛି । ସେହି ତାରିଖ ଓ ସେହି ସମୟରେ ଆସି ନିଜର ଦ୍ୱିତୀୟ ଡୋଜ ନେଇପାରିବେ । କୋୱିନ୍ ୱେବସାଇଟକୁ ଯାଇ ପ୍ରଥମ ଡୋଜ ଟିକା ନେବାର ସାର୍ଟିଫିକେଟକୁ ନେଇ ଟିକାକେନ୍ଦ୍ର ଯିବାକୁ କୁହଯାଇଛି । ଏହି ଟିକାକରଣ ପ୍ରକିୟା କେବଳ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଲାଗୁହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’