Masthead

ମୋଦିଙ୍କୁ ବାଇଡେନଙ୍କ ନିମନ୍ତ୍ରଣ

ୱାଶିଂଟନ (ବଡ଼ ଖବର ବ୍ୟୁରୋ):  ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରିତ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ନେତୃତ୍ୱରେ ବିଶ୍ୱ ପରିବେଶ ସମ୍ମିଳନୀ କରାଯିବ ବୋଲି ସୂଚନା ରହିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ଏପ୍ରିଲ ୨୨ -୨୩ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜନ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଭିନ୍ନ ଦେଶର ୪୦ ଜଣ ନେତାଙ୍କୁ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି।

ଲୋକମାନେ ଯେମିତି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ଏହାର ସିଧାପ୍ରସାରଣର ବ୍ୟବସ୍ଥା କରାଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଗ୍ଲାସଗୋରେ ମିଳିତ ଜାତିସଂଘର କ୍ଲାଇମେଟ ଚେଞ୍ଜ କନଫରେନ୍ସ(ସିଓପି୨୬) ଅନୁଷ୍ଠିତ ହେବ। ଏହାପୂର୍ବରୁ ଆମେରିକା ନେତୃତ୍ୱରେ ବିଶ୍ୱ ପରିବେଶ ସମ୍ମିଳନୀ କରାଯିବ।

ଏଥିପାଇଁ ବିଶ୍ୱର ୪୦ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯାଇଛି। ପରିବେଶର ସୁରକ୍ଷା ପାଇଁ କ’ଣ କରାଯାଇ ପାରିବ ଓ ଏହାଦ୍ୱାରା ଆର୍ଥିକ ଫାଇଦା କେମିତି ମିଳିବ, ସେସବୁର ଆଲୋଚନା ବିଶ୍ୱ ପରିବେଶ ସମ୍ମିଳନୀରେ କରାଯିବ ବୋଲି ହ୍ୱାଇଟ ହାଉସ କହିଛି। ଏହି ସମ୍ମଳନୀରେ ମୋଦିଙ୍କ ବ୍ୟତୀତ ଅନ୍ୟ ଦେଶର ରାଷ୍ଟ୍ରପତିଙ୍କୁ ମତ ରଖିବା ପାଇଁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ