Masthead

ମିଳିଲା ଚପଲ ଚିହ୍ନ, ଚପଲ ମାଳ ପକାଇ ପ୍ରଚାର କଲେ ପ୍ରାର୍ଥୀ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଆଉ କେଇଟା ଦିନ ପରେ ଭୋଟ । ଭୋଟ ମାଗିବା ପାଇଁ ଜୋରସୋର୍‌ରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେଉଁ ଢ଼ଙ୍ଗରେ ମାଗୁଛନ୍ତି ଭୋଟ। କିନ୍ତୁ ଚପଲ ମାଳ ପକାଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡ ନିର୍ବାଚନମଣ୍ଡଳିରେ । ପ୍ରଚାର ମୈଦାନରେ ପ୍ରାର୍ଥୀ। ବେକରେ ଫୁଳ ମାଳ ସାଙ୍ଗକୁ ପକାଇଛନ୍ତି ଚପଲ ମାଳ। ଆଉ ବୁଲି ବୁଲି କରୁଛନ୍ତି ପ୍ରଚାର।

ଅଲିଗଡ ଲୋକସଭା ଆସନର ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ ନିର୍ବାଚନ ଆୟୋଗଙ୍କ ଠାରୁ ନିର୍ବାଚନ ପ୍ରତୀକ ଭାବେ ଚପଲ ଚିହ୍ନ ପାଇଛନ୍ତି। ଏଥିପାଇଁ ପଣ୍ଡିତ କେଶବ ଦେବ ଗୌତମ ସାତ ଚପଲର ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି। ନେତାଙ୍କ ଏହି ନିଆର ଢ଼ଙ୍ଗର ପ୍ରଚାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଲିଗଡ ଲୋକସଭା ଆସନରେ ୧୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ। ମାର୍ଚ୍ଚ ୨୮ରୁ ଏପ୍ରିଲ ୪ପର୍ଯ୍ୟନ୍ତ ମୋଟ ୨୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାରି ଭିତରେ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା