Masthead

ସୁନାବେଶରେ ଝଟକିଲେ ଶ୍ରୀଜିଉ

ପୁରୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ଦେଖିଲା ବିଶ୍ୱନିଅନ୍ତାଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜିଉ । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମହାସ୍ନାନ ଓ ସର୍ବାଙ୍ଗ ବେଶ ଶେଷ ଆଦି ଅନ୍ୟାନ୍ୟ ନୀତି ପରେ ଶ୍ରୀଅଙ୍ଗରେ ସୁନାଳଙ୍କ।ର ପିନ୍ଧିଲେ ଚତୁର୍ଦ୍ଧା ମୂରତୀ। ସିଂହାରୀ, ପାଳିଆ,ଖୁଣ୍ଟିଆ,ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ସେବକମାନେ ମହାପ୍ରଭୁଙ୍କୁ ସୁନାରେ ସଜେକଲେ। ୧୩୮ ପ୍ରକାରର ରତ୍ନରେ ଖଞ୍ଜିତ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଦାରୁ ଦେବତା।

ମହାପ୍ରଭୁଙ୍କ ବର୍ଷ ଯାକର ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଇଥିବା ସୁନାବେଶ ସବୁଠୁ ବଡ଼ ଓ ବ୍ୟାପକ। ଯାହାକୁ ଦେଖିବା ପାଇଁ ବର୍ଷଟେ ଅନାଇ ବସିଥାନ୍ତି ଭକ୍ତ। ମହାପ୍ରଭୁଙ୍କ ହାତ ବାଦ ଅଦୃଶ୍ୟ ଥିଲେବି କେବଳ ଏହି ସୁନାବେଶରେ ମହାପ୍ରଭୁଙ୍କ ହାତ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ମିଳିନଥିଲା। ଭକ୍ତମାନେ ଘରେ ରହି ଶ୍ରୀଜିଉଙ୍କର ଏହି ସୁନାବେଶ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ସୁନା ସଉକ । ସେଇଥିପାଇଁ ମହାପ୍ରଭୁଙ୍କ ଅନ୍ୟତମ ପ୍ରମୁଖ ବେଶ ସୁନାବେଶ ବା ରାଜରାଜେଶ୍ଵର ବେଶ। ମହାପ୍ରଭୁଙ୍କ ଏ ମାନବୀୟ ଲିଳା ଭକ୍ତ ମଧ୍ୟରେ ଭାବାବେଗ ସୃଷ୍ଟିକରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ