Masthead

ସୁନାବେଶରେ ଝଟକିଲେ ଶ୍ରୀଜିଉ

ପୁରୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ଦେଖିଲା ବିଶ୍ୱନିଅନ୍ତାଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜିଉ । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମହାସ୍ନାନ ଓ ସର୍ବାଙ୍ଗ ବେଶ ଶେଷ ଆଦି ଅନ୍ୟାନ୍ୟ ନୀତି ପରେ ଶ୍ରୀଅଙ୍ଗରେ ସୁନାଳଙ୍କ।ର ପିନ୍ଧିଲେ ଚତୁର୍ଦ୍ଧା ମୂରତୀ। ସିଂହାରୀ, ପାଳିଆ,ଖୁଣ୍ଟିଆ,ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ସେବକମାନେ ମହାପ୍ରଭୁଙ୍କୁ ସୁନାରେ ସଜେକଲେ। ୧୩୮ ପ୍ରକାରର ରତ୍ନରେ ଖଞ୍ଜିତ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଦାରୁ ଦେବତା।

ମହାପ୍ରଭୁଙ୍କ ବର୍ଷ ଯାକର ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଇଥିବା ସୁନାବେଶ ସବୁଠୁ ବଡ଼ ଓ ବ୍ୟାପକ। ଯାହାକୁ ଦେଖିବା ପାଇଁ ବର୍ଷଟେ ଅନାଇ ବସିଥାନ୍ତି ଭକ୍ତ। ମହାପ୍ରଭୁଙ୍କ ହାତ ବାଦ ଅଦୃଶ୍ୟ ଥିଲେବି କେବଳ ଏହି ସୁନାବେଶରେ ମହାପ୍ରଭୁଙ୍କ ହାତ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ମିଳିନଥିଲା। ଭକ୍ତମାନେ ଘରେ ରହି ଶ୍ରୀଜିଉଙ୍କର ଏହି ସୁନାବେଶ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ସୁନା ସଉକ । ସେଇଥିପାଇଁ ମହାପ୍ରଭୁଙ୍କ ଅନ୍ୟତମ ପ୍ରମୁଖ ବେଶ ସୁନାବେଶ ବା ରାଜରାଜେଶ୍ଵର ବେଶ। ମହାପ୍ରଭୁଙ୍କ ଏ ମାନବୀୟ ଲିଳା ଭକ୍ତ ମଧ୍ୟରେ ଭାବାବେଗ ସୃଷ୍ଟିକରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍