Masthead

ପାକିସ୍ତାନକୁ ବଡ଼ ଝଟକା , ହାତ ଛାଡିଲା ତାଲିବାନ

(ବଡ଼ ଖବର ବ୍ୟୁରୋ ):   ତାଲିବାନକୁ ସର୍ମଥନ କରୁଥିବା ପାକିସ୍ତାନକୁ ଲାଗିଲା ବଡ ଝଟକା । ମଝି ରାସ୍ତାରେ ହାତ ଛାଡିଲା ତାଲିବାନ । ଯେଉଁ ଆଶା ନେଇ ପାକିସ୍ତାନ ତାଲିବାନକୁ ସର୍ମଥନ କରୁଥିଲା , ଆଜି ସେଇ ଆଶା ସବୁ ଧୂଳିସାତ୍ ହୋଇଯାଇଛି । ତାଲିବାନର ଏଭଳି ନିଷ୍ପତି ପାକିସ୍ତାନକୁ ବଡ ଝଟକା ଦେଇଛି । କାରଣ କିଛି ଦିନ ପୂର୍ବରୁ ପାକିସ୍ତାନ ତାଲିବାନକୁ ଟିଟିପି ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇ କହିଥିଲା । ପାକିସ୍ତାନର ଆଶା ଥିଲା , ତାଲିବାନ ଟିଟିପି ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପୁରା କବଜା କରିନେବ । ହେଲେ ଏବେ ତାଲିବାନର ଏମିତି ଅଚାନକ ନିଷ୍ପତି ପାକିସ୍ତାନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶନିବାର ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ଜବିହୁଲ୍ଲାମୁଜାହିଦ୍ କହିଛନ୍ତି ଯେ ଏହା ପୂର୍ବରୁ ପାକିସ୍ତାନ ଟିଟିପି ବିରୋଧରେ ତାଲିବାନକୁ ବ୍ୟବହାର କରିବାକୁ ଚାହୁଁଥିଲା । ହେଲେ ଟିଟିପି ହେଉଛି ଏଭଳି ପ୍ରସଙ୍ଗ ଯାହା କେବଳ ପାକିସ୍ତାନକୁ ହିଁ ସାମ୍ନା କରିବାକୁ ପଡିବ । ଏହି ପ୍ରସ୍ତାବକୁ ଏବେ ତାଲିବାନ ସମ୍ପୂର୍ଣ ମନା କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା