Masthead

ଅନ୍ତର୍ଜାତୀୟ କମର୍ସିଆଲ ବିମାନ ଉଡ଼ାଣରେ ବଢ଼ିଲା କଟକଣା

ନୁଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।  ତୃତୀୟ ଲହରର ଆଭାସ ମଧ୍ୟ ଦେଖାଦେଲାଣି । ଦୈନିକ ୪୫୦୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମୃତକଙ୍କ ସଂଖ୍ୟାରେ ବି ଲାଗୁନି ବ୍ରେକ୍ ।  ତେଣୁ  ଆସନ୍ତା ସେପ୍ଟେମ୍ବର ଶେଷ ୩୦ ଯାଏଁ ବିମାନ ସେବା ଉପରେ କଟକଣା ଜାରି କରାଯାଇଛି । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସରକାର ଏଭଳି ନିଷ୍ପତି ନେଇଛନ୍ତି। ନୂଆ ନିୟମ ଅନୁଯାଇ ଆନ୍ତର୍ଜାତୀୟ କମର୍ସିଆଲ୍ ବିମାନ ସେବା ଉପରେ ରୋକ୍ ଲଗାଯାଇଛି । ଭାରତ ଓ ଭାରତର ସମସ୍ତ କମର୍ସିଆଲ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

ତେବେ ଆନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି କଟକଣା ନାହିଁ । ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଏପଟେ ଟୁଇଟ୍ କରି ସୂଚନା ଦେଇଛି ଡିଜିସିଏ । ସୂଚନା ଅନୁଯାଇ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ଦେଶରେ ବିମାନ ଉଡ଼ାଣ, ଟ୍ରେନ୍ ସମସ୍ତ ସେବାକୁ ୨ ମାସ ପାଇଁ ସ୍ଥଗିତ ରଖାଯାଇଥିଲା । ଏବଂ ପରେ ମେ ମାସରେ ପୁଣି ବିମାନ ସେବା ଆରମ୍ଭ ହୋଇଥିଲା । ଏଥିରେ କେବଳ ଡୋମେଷ୍ଟିକ୍ ଏୟାର ସର୍ଭିସକୁ ହିଁ ଅନୁମତି ମିଳିଥିଲା । ହେଲେ ଏ ପର୍ଯ୍ୟନ୍ତ ବି ଆନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ