Before Header

କଟକ ସାଇବର ଥାନା ପୋଲିସର ବଡ଼ ସଫଳତା

0 66

କଟକ  (ବଡ଼ ଖବର ବ୍ୟୁରୋ): କଟକ ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ପ୍ରି- ଆକ୍ଟିଭେଟେଡ୍ ସିମ ରାକେଟ ଠାବ କରିଛି ପୋଲିସ । ୮୦୦ ସିମ ଜବତ କରିଛି ସାଇବର ଥାନା ପୋଲିସ । ଏଥିରେ ଅଛି ୩୦୦ ପ୍ରି-ଆକ୍ଟିଭେଟେଡ୍ ସିମ । ରାକେଟର ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ୭ ଅଭିଯୁକ୍ତ ପୁରୀର ଘରୋଇ ଟେଲିକମ୍ କମ୍ପାନୀ କର୍ମଚାରୀ ବୋଲି ସୂଚନା ଦେଇଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୬ ମୋବାଇଲ ମଧ୍ୟ ଜବତ ହୋଇଛି । ରାକେଟର ବିଦେଶୀ ଲିଙ୍କ ଥିବା ସନ୍ଦେହ କରି ପୋଲିସ ତଦନ୍ତ ଜୋରଦାର କରିଛି ।

Leave A Reply

Your email address will not be published.