Masthead

ପୁରୀ ପୋଲିସକୁ ବଡ ସଫଳତା

ପୁରୀ (ବଡ଼ ଖବର ବ୍ୟୁରୋ):ପୁରୀ ପୋଲିସକୁ ବଡ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ମହାନ୍ତି ସହିତ ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ୩ଟି ବନ୍ଧୁକ ସହ ୪ ମୋବାଇଲ ଓ ଛୁରୀ ଜବତ କରାଯାଇଛି । ସ୍ପେଶାଲ ସ୍କ୍ୱାର୍ଡ ଓ ତାଳବଣିଆ ଥାନା ପୋଲିସକୁ ମିଳିଛି ଏହି ସଫଳତା। ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର ସୌମ୍ୟରଞ୍ଜନ ବିଶ୍ଵାଳ, ରଘୁପତି ନଗରର ମିଲନ ମିଶ୍ର, ସୁଆର ସାହିର ଦୀପକ ସୁଆର ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ। ଭେଟେରାନ୍ ଅପରାଧି ମନୁଆ ନାଁରେ ବିଭିନ୍ନ ଥାନାରେ ୧୮ ମାମଲା ରହିଛି। ସେମାନଙ୍କ ଠାରୁ ୩ ସେମି ଅଟୋମେଟିକ ପିସ୍ତଲ ୧୦ ଜୀବନ୍ତ ଗୁଳି ଜବତ ହୋଇଛି। ମାସେ ହେଲା ଗୁଇନ୍ଦା ବିଭାଗ ତାର ଗତି ବିଧି ଉପରେ ନଜର ରଖିଥିବା ବେଳେ ମନୁଆ ତାର ଲୋକେସନ୍ ବଦଳାଇଥିଲା। ଅପରାଧୀ ମାନଙ୍କ ବିରୁଦ୍ଧରେ ଏଭଳି ଅପରେସନ ଜାରି ରହିବ ବୋଲି ପୁରୀ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା