Masthead

ରାହୁଲ କ୍ଷମା ମାଗିବେ ନାହିଁ : ମଲ୍ଲିକାର୍ଜ୍ଜୁନ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନ । କହିଲେ ରାହୁଲ ଗାନ୍ଧୀ କ୍ଷମା ମାଗିବେ ନାହିଁ । ଲଣ୍ଡନରେ ଭାରତର ଗଣତନ୍ତ୍ର ସମ୍ପର୍କରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ସେ କହିଛନ୍ତି ଯେ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ଜବାବ ଦେବା ଦରକାର। କାରଣ ନରେନ୍ଦ୍ର ମୋଦି ବିଦେଶ ମାଟିରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଦେଶକୁ ଅପମାନିତ କରିଛନ୍ତି।

ତେଣୁ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ମୋଦିଙ୍କ ଭାରତ ବିରୋଧୀ ମନ୍ତବ୍ୟ ବେଳେ କ’ଣ କରୁଥିଲେ । ତାର ଉତ୍ତର ଦେବା ଦରକାର। ସେପଟେ ଲଣ୍ଡନରେ ରାହୁଲ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦ ଅଚଳ ରହିଛି। ବିଦେଶ ମାଟିରେ ରାହୁଲ ଭାରତକୁ ନିନ୍ଦିତ କରିଥିବାରୁ ଶାସକ ବିଜେପି ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ଏହି ଦାବିକୁ ନେଇ ସଂସଦର ବଜେଟ ଅଧିବେଶନ ସୋମବାରଠାରୁ ତିନିଦିନି ହେଲା ଅଚଳ ରହିଛି। ବିଜେପିର କ୍ଷମା ପ୍ରାର୍ଥନା ଦାବିକୁ କଂଗ୍ରେସ ଅଗ୍ରାହ୍ୟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା