Masthead

ବିହାର ରାଜନୀତିରେ ହଟ୍ଟଚମଟ, ଜେଡିୟୁ ଆରଜେଡି ମେଂଟରେ ଫାଟ

ବିହାର (ବଡ଼ ଖବର ବ୍ୟୁରୋ): ବିରୋଧୀ ମେଣ୍ଟକୁ ବଡ ଝଟକା । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା ଜୋର ଧରିଛି । ମହାଗଠବନ୍ଧନ ଛାଡ଼ି ବିଜେପି ସହ ମେଣ୍ଟ କରିବା ସମ୍ଭାବନା ରହିଛି । ବିଜେପି ସହଯୋଗରେ ପୁଣି ସରକାର ଗଢ଼ିବା ସମ୍ଭାବନା ରହିଛି । ସରକାର ଭାଙ୍ଗି ୨୮ରେ ପୁଣି ଶପଥ ନେଇପାରନ୍ତି । ସୁଶିଲ ମୋଦି ଉପମୁଖ୍ୟମନ୍ତ୍ରୀ ପଦକୁ ଫେରିବା ମଧ୍ୟ ଚର୍ଚ୍ଚା ହେଉଛି ।

ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତୀଶ କୁମାର ଏକାଠି ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ସେପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ବୁଧବାର ଏକ କାର୍ୟ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଓ ତିକ୍ତତା ଥିଲା ତାହା ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ