Masthead

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଡେୟାର ଡେଭିଲ ସୋ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫରଫର ଉଡ଼ିଲା ତ୍ରିରଙ୍ଗା । ଭୁବନେଶ୍ୱର ଗାନ୍ଧି ମାର୍ଗରେ ପାଳିତ ହେଲା ଗଣତନ୍ତ୍ର ଦିବସ । ପତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ ରଘୁବର ଦାସ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଉତ୍ତୋଳନ ପରେ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ । ଗାନ୍ଧି ମାର୍ଗରେ ହୋଇଥିଲା ରଙ୍ଗାରଙ୍ଗ ପରେଡ୍ । ପରେଡର ନେତୃତ୍ୱ ନେଲେ ଆଇପିଏସ ଅଫିସର ଏ.ବି. ଶିଳ୍ପା ।

ପରେଡରେ ୬୪ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ । ଆଇଟିବିପି, ସିଆରପିଏଫ, ବିଏସଏଫ, ଫାୟାର, ଓଡ୍ରାଫ, ଓଡ଼ିଶା ହୋମ ଗାର୍ଡ, ଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏଥିସହ ନକ୍ସଲ ଦମନରେ ଦକ୍ଷ ଝାଡ଼ଖଣ୍ଡ ପୋଲିସ ବି ପରେଡରେ ସାମିଲ ହୋଇଥିଲା । ଗାନ୍ଧି ମାର୍ଗରେ ଦେଖିବାକୁ ମିଳିଥିଲା ଡେୟାର ଡେଭିଲ ଶୋ’ । ୩୫ ବାଳକ, ୩୦ ବାଳିକା ଡେୟାର ଡେଭିଲ ଶୋ’ ପ୍ରଦର୍ଶିତ କରିଥିଲେ ।

ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସ୍କେଟିଂ ପ୍ରଦର୍ଶନ କରାଯାଇଥିଲା । କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଢେମସା, ରଣପା ଓ ଯୋଡ଼ିଶଙ୍ଖ ନୃତ୍ୟ ସହ ପୁରୀର ପ୍ରସିଦ୍ଧ ଲୋକକଳା ସାହିଯାତ ପ୍ରଦର୍ଶିତ । ପରେଡରେ ସାମିଲ ହୋଇଥିଲା ପ୍ରଜ୍ଞାପନ ମେଢ । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଥିଲା । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଥିଲା ପୁରା ମାହାତ୍ମା ଗାନ୍ଧି ମାର୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି