Masthead

କଙ୍ଗାରୁ ଦଳକୁ ୬ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର): ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ । ୬ ୱିକେଟରେ ଅଷ୍ଟ୍ରେଲିଆକୁ କଲା ପରାସ୍ତ । ଫଳରେ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତର ୨-୦ରେ ଆଗୁଆ ହୋଇଛି । ନିଜର ଶତକୀୟ ଟେଷ୍ଟରେ ସାନଦାର ଚୌକାମାରି  ମ୍ୟାଚକୁ ଜିତାଇଛନ୍ତି ଚେତେଶ୍ୱର ପୂଜାରା । ଆଜି ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳିକୁ ଧରାଶାୟୀ କରିଥିଲେ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜା । ଜାଡେଜା ୭ ୱିକେଟ ନେଇ ଅଷ୍ଟ୍ରେଲିଆର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅଶ୍ୱିନୀଙ୍କୁ ମିଳିଥିଲା ୩ ୱିକେଟ । ୧୧୫ରନର ଟାର୍ଗେଟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

ଯାହା ଫଳରେ ଭାରତର ୪ୱିକେଟ ମଧ୍ୟ ଯାଇଥିଲା । ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୩ ରନ୍ କରିଥିଲା । ସାମିଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିବା ବେଳେ ଅଶ୍ୱିନ ଓ ଜାଡେଜାଙ୍କୁ ୩ଟି ଲେଖାଏଁ ୱିକେଟ ମିଳିଥିଲା । ଏହାର ଜବାରେ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଅକ୍ସର ପଟେଲ ସର୍ବାଧିକ ୭୪ରନ୍ କରିଥିଲେ । ଫଳରେ ଗୋଟିଏ ରନ ପଛରେ ରହିଥିଲା ଭାରତ । ୨୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ନେଥନ ଲାୟନଙ୍କୁ ମିଳିଥିଲା ସର୍ବାଧିକ ୫ ୱିକେଟ । ଦ୍ୱିତୀୟ ପାଳି ବ୍ୟାଟିଂ କରିବାକୁ ଆସିଥିଲା ଅଷ୍ଟ୍ରେଲିଆ । ଅଶ୍ୱିନୀ ଓ ଜାଜେଡା ୧୧୩ରେରେ ଅଷ୍ଟ୍ରେଲିଆକୁ ଅଟକାଇଥିଲେ ।

ଶେଷରେ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିନେଇଛି ଭାରତ । ଉନ୍ନତ ପ୍ରଦର୍ଶନ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଛି । ୨-୦ରେ ସିରିଜ ଆଗୁଆ ରହିଛି ଭାରତ । ମାର୍ଚ୍ଚ ୧ ତାରିଖରେ ଖେଳାଯିବ ତୃତୀୟ ଟେଷ୍ଟ । ସେପଟେ ଇତିହାସ ରଚିଛନ୍ତି ବିରାଟ କୋହଲି । କ୍ରିକେଟରେ ୨୫ ହଜାର ରନ କରିବାରେ ସକ୍ଷମ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ