https://youtu.be/h7zppT3if2U

ବିହାର (ବଡ଼ ଖବର ବ୍ୟୁରୋ): ବିହାରରେ ଆରପାର, ଖୁବଶୀଘ୍ର ନୂଆ ସରକାର! ବିହାର ରାଜନୀତିରେ ବଡ଼ ହଟଚମଟ । ମହାଗଠବନ୍ଧନ ଛାଡ଼ି ଏନଡିଏକୁ ଆସିପାରନ୍ତି ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା । ରବିବାର ହୋଇପାରେ ହଟଚମଟ ଚିତ୍ର ସ୍ପଷ୍ଟ । ଅଲଗା ହୋଇପାରନ୍ତି ଜେଡିୟୁ-ଆରଜେଡି । ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର । ନୀତୀଶ ଏନଡିଏର ସମର୍ଥନ ଲୋଡିଲେ ଚିରାଗ ଛାଡ଼ିପାରନ୍ତି ବିଜେପି । ତେଜସ୍ୱୀ ଯାଦବଙ୍କ ବାସଭବନରେ ଆରଜେଡି ନେତାଙ୍କ ଆଲୋଚନା । ବିହାରରେ ପୁଣି ବଦଳିବ କି ସରକାର? ଖୁବଶୀଘ୍ର ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ । ଇଣ୍ଡିଆ ମେଣ୍ଟ ଛାଡ଼ି ପୁଣି ଏନଡିଏରେ ମିଶି ପାରନ୍ତି ନୀତୀଶ କୁମାର । ନିର୍ବାଚନ ଆସିଲେ ମେଣ୍ଟ ପରିବର୍ତ୍ତନ କରନ୍ତି ନୀତୀଶ । ୧୦ ବର୍ଷରେ ୩ଥର ମେଣ୍ଟ ଭାଙ୍ଗି ସାରିଛନ୍ତି ନୀତୀଶ । ଚତୁର୍ଥ ଥର ମେଣ୍ଟ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି ।

 

୨୦୧୩ରେ ଭାଙ୍ଗିଥିଲା ୧୭ ବର୍ଷର ମେଣ୍ଟ
୨୦୧୩ରେ ପ୍ରଥମ ଥର ପାଇଁ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ନୀତୀଶ । ଭାଙ୍ଗିଥିଲା ୧୭ ବର୍ଷର ସମ୍ପର୍କ । ସେତେବେଳେ ସରି ସରି ଆସୁଥିଲା ଅଟଳ-ଆଡଭାନୀ ଯୁଗ । ଆରମ୍ଭ ହେବାକୁ ଯାଉଥିଲା ମୋଦୀ ଯୁଗ । ନରେନ୍ଦ୍ର ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଏହାକୁ ସହି ପାରିନଥିଲେ ନୀତୀଶ । ବିଜେପି ସହ ଦୀର୍ଘ ୧୭ ବର୍ଷର ମେଣ୍ଟକୁ ଭାଙ୍ଗିଥିଲେ । ବିଜେପି ଛାଡ଼ି କଂଗ୍ରେସ ମୁହାଁ ହୋଇଥିଲେ । ୨୦୧୪ରେ ବିଜେପି ବହୁମତ ସହ କ୍ଷମତାକୁ ଆସିଥିଲା । ଏବଂ ଜେଡିୟୁର ନିରାଶ ଜନକ ପ୍ରଦର୍ଶନ ସହ ନୀତୀଶଙ୍କୁ ଶାସନ ଗାଦିରୁ ହଟାଇଥିଲା । ୨୦୧୫ ମସିହାରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ମହାମେଣ୍ଟ କରିଥିଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଥିଲା ବିପୁଳ ବିଜୟ । ବିଜେପିକୁ ପରାଜିତ କରି କ୍ଲିନ ସୁଇପ ସହ ପୁଣି ବିହାରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ମେଂଟ ।

 

୨୦୧୭ରେ ଭାଙ୍ଗିଥିଲା ମହାମେଣ୍ଟ
ଆରଜେଡି-ଜେଡିୟୁ-କଂଗ୍ରେସ ମହାମେଣ୍ଟକୁ ୨ବର୍ଷ ନପୁରୁଣୁ ଦେଖାଦେଇଥିଲା ପାଟ । ୨୦୧୭ରେ ହୋଇଥିବା ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲା ଜେଡିୟୁ । ସେପଟେ ଦୁର୍ନୀତି ମାମଲାରେ ଆରଜେଡି ଫସିବା ମେଂଟ ପାଇଁ ବଡ ସମସ୍ୟା ଆଣିଥିଲା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଇସ୍ତଫା ପାଇଁ ଦାବି ପରିଥିଲେ ନୀତୀଶ । ଉଭୟ ଦଳ ମଧ୍ୟରେ ଦେଖାଦେଇଥିଲା ମତାନ୍ତର । ଶେଷରେ ଇସ୍ତପା ଦେଇଥିଲେ ନୀତୀଶ । ଭୁଷୁଡ଼ିପଡିଥିଲା ମହାମେଣ୍ଟ । କିନ୍ତୁ ବିଜେପି ସମର୍ଥନରେ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

 

୨୦୨୨ରେ ବିଜେପି ଛାଡ଼ିଥିଲେ ନୀତୀଶ
୨୦୨୨ରେ ପୁଣି ବିଜେପି ହାତ ଛାଡ଼ିଥିଲେ ନୀତୀଶ । ଅଗଷ୍ଟ ୯ରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଥିଲା । ମେଣ୍ଟ ଭାଙ୍ଗିବା ପର ଦିନ ହିଁ ଆରଜେଡି ସମର୍ଥନରେ ପୁଣି ନୀତୀଶ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।
ଏବେ ପ୍ରଶ୍ନ ଉଠୁଛି କଣ ପୁଣି ଥରେ ଭାଙ୍ଗିବ କି ନୀତୀଶ-ତେଜସ୍ୱୀ ମେଣ୍ଟ । ଇସ୍ତଫା ଦେଇପାରନ୍ତି ନୀତୀଶ । କ’ଣ ନିର୍ବାଚନ ପୂର୍ବରୁ ପୁଣି ସାଥୀ ଅଦଳବଦଳ କରିବେ ନୀତୀଶ? ୨ବର୍ଷ ନ ପୁରୁଣୁ ଭାଙ୍ଗିପାରେ ମେଣ୍ଟ । ନିର୍ବାଚନ ପୂର୍ବରୁ ପୁଣି ବିଜେପିକୁ ଫେରିବେ ନୀତୀଶ! ବାରମ୍ବାର ମେଂଟ ଅଦଳବଦଳ ଯୋଗୁଁ ବିଶ୍ୱାସ ହରାଉଛନ୍ତି ନୀତୀଶ ।

Leave a Reply

Your email address will not be published. Required fields are marked *