Masthead

ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ନିର୍ବାଚନ ପ୍ରଭାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ନିଯୁକ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେପି । ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ନିର୍ବାଚନ ପ୍ରଭାରୀ ଘୋଷଣା କରିଛି ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ଏବଂ ସହ ପ୍ରଭାରୀ ଭାବେ ସୁଶ୍ରୀଲତା ଉସେଣ୍ଡିଙ୍କୁ ମିଳିଛି ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଏକାକୀ ପ୍ରଭାରୀ ଦାୟିତ୍ୱ ମିଳିଛି । ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ।

ଆଣ୍ଡାମାନ ନିକୋବର ପାଇଁ ଶ୍ରୀ ୱାଇ ସତ୍ୟକୁମାରଙ୍କୁ ନିଯୁକ୍ତ କରିଛି ଦଳ । ସେହିପରି ଅରୁଣାଚଳ ପ୍ରଦେଶ ଶ୍ରୀ ଅଶୋକ ସିଂହଲ, ବିହାର ଶ୍ରୀ ବିନୋଦ ତାୱଡେ ଓ ଶ୍ରୀ ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ଚଣ୍ଡିଗଡ଼ରେ ଶ୍ରୀ ବିଜୟଭାଇ ରୂପାଣୀ । ଡାମନଡିଉ ପାଇଁ ଶ୍ରୀ ପୁରନେଶ ମୋଦି ଏବଂ ଦୁଷ୍ମନ୍ତ ପଟେଲଙ୍କୁ ଦାୟିତ୍ୱ ଦେଇଛି ଦଳ । ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍‌ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି । ଝଡ଼ଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ଡା. ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡିଙ୍କ ଉପରେ ଦଳ ଦାୟିତ୍ୱ ଦେଇଛି ।

କେରଳ ପ୍ରକାଶ ଜାଭେଡକର, ଲଦାଖ ତରୁଣ ଚୁଘ୍‌, ଲାକ୍ଷାଦ୍ୱିପ ପାଇଁ ଅରବିନ୍ଦ ମେନନ୍‌, ମଧ୍ୟପ୍ରଦେଶ ପାଇଁ ଡା. ମହେନ୍ଦ୍ର ସିଂ ଓ ଶ୍ରୀ ସତୀଶ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି । ପୁଡ଼ୁଚେରୀ ନିର୍ମଳ କୁମାର ସୁରାଣା, ପଞ୍ଜାବ ବିଜୟଭାଇ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇଛି ଦଳ । ସେହିପରି ସିକିମ୍‌ ପାଇଁ ଡା. ଦିଲ୍ଲୀପ ଜୟସ୍ୱାଲ ଓ ତାମିଲ ନାଡ଼ୁପାଇଁ ଅରବିନ୍ଦ ମେନନ୍‌ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି । ଉତ୍ତରାଖଣ୍ଡ ପାଇଁ ବିଜେପି ଦୁଷ୍ମନ୍ତ କୁମାର ଗୌତମ ଓ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବିୟ ଓ ସୁଶ୍ରୀ ଆଶା ଲକଡାଙ୍କୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା