Masthead

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ନାମରେ ଆସିଥିବା ବିଜୁ କୁଡ଼ିଆ ହଡ଼ପ !

କଟକସଦର (ବଡ଼ ଖବର ବ୍ୟୁରୋ): ଦିନ ମଜୁରିଆ ସ୍ୱାମୀ ପରିତ୍ୟକ୍ତା ମହିଳା, ଦିବ୍ୟାଙ୍ଗ ଏମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦେଉଛନ୍ତି । ହେଲେ ଦୁଖଃ ଓ ପରିତାପର ବିଷୟ, କଟକ ଜିଲ୍ଲାର କଟକସଦର ବ୍ଲକ ବୋଧପୁରୁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ପୁଷ୍ପଲତା ବେହରା ଜଣେ ସ୍ୱାମୀ ପରିତ୍ୟକ୍ତୋ ମହିଳା । ତାଙ୍କର ଏକ ମାତ୍ର ଝିଅଟି ଅଛି । ପୁଷ୍ପଲତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି । ବାପା ଦେଇଥିବା ଜାଗାରେ ଅର୍ଥ ଅଭାବରୁ ଘର କରିପାରି ନାହାନ୍ତି ପୁଷ୍ପଲତା । ଭାଇ ଘରେ ରହୁଛନ୍ତି।

ସରକାର ପାଖରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ । ପରେ ସରକାର ତାଙ୍କୁ ୨୦୧୪-୧୫ ମସିହାରେ ଏକ ବିଜୁ କୁଡ଼ିଆ ପ୍ରଦାନ କରିଥିଲେ। ସରକାର ସିନା ମହିଳାଙ୍କ ଦୁଖଃ ବୁଝି ବିଜୁ କୁଡ଼ିଆ ପ୍ରଦାନ କରିଥିଲେ, ହେଲେ ପୁଷ୍ପଲତା ଏ କଥା ଜାଣି ପାରି ନଥିଲେ କି ଜାଣିବି ପାରି ନଥାନ୍ତେ ଯଦି ଦୁଇ ଦିନ ତଳେ ରହୁ ଥିବା ଭାଇ ଘରକୁ ବିଜୁ କୁଡ଼ିଆର ଷ୍ଟିକର ମାରିବାକୁ ପଞ୍ଚାୟତର ପିଅନ ଆସିନଥାଆନ୍ତା ଏ ଗୁମରର ପର୍ଦାଫାସ ହୋଇ ନ ଥାନ୍ତା।ଏଠି ପ୍ରଶ୍ନ ଉଠୁଛି ପୁଷ୍ପଲତାଙ୍କ ନାମରେ ଆସିଥିବା ବିଜୁ କୁଡ଼ିଆ ଅର୍ଥକୁ ପୁଷ୍ପଲତା ବଦଳରେ କିଏ ଚଞ୍ଚକତା କରି ହଡ଼ପ କରିଛନ୍ତି।ଏହାର ବିଧିବଦ୍ଧ ତଦନ୍ତ କରିବାକୁ ପୁଷ୍ପଲତା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ