Masthead

ଅନ୍ତଃରାଜ୍ୟ ବାଇକ୍ ଚୋରି ରାକେଟ୍ ଠାବ

ଟାଙ୍ଗୀ, (ବଡ଼ ଖବର ବ୍ୟୁରୋ): କଟକରେ ଏକ ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟ ଠାବ ହୋଇଛି। କଟକ ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କଟକରେ ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟକୁ ଠାବ କରାଯାଇଛି। ସେମାନଙ୍କଠାରୁ ୩୫ଟି ବାଇକ ଉଦ୍ଧାର କରାଯାଇଛି। ପୋଲିସ ଚଢ଼ାଉ କରୁଥିବାବେଳେ ପୋଲିସ ଓ ବାଇକ ଚୋରଙ୍କ ମଧ୍ୟରେ କିଛି ସମୟ ଗୁଳିବିନିମୟ ହୋଇଥିଲା। ପରେ ପୋଲିସ ରାକେଟର ତିନି ସଦସ୍ୟଙ୍କୁ ଗିରଫ କରିଛି। ଏମାନେ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରୁ ବାଇକ୍ ଚୋରି କରୁଥିଲେ ବୋଲି ସିଂ ସୂଚନା ଦେଇଛନ୍ତି। ଚୋରି କରିବା ପରେ ସେମାନେ ବାଇକଗୁଡ଼ିକୁ କେନ୍ଦୁଝରର ଏକ ସ୍ଥାନରେ ଲୁଚାଇ ରଖି ବିକ୍ରି କରୁଥିଲେ। ଏହି ବାଇକ ଚୋର ଗ୍ୟାଙ୍ଗ ଧରାପଡ଼ିବା ପରେ ସହରବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ