Masthead

କାମ ନକରି ଖାଇଗଲେ କୋଟି କୋଟି ଟଙ୍କା

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ସରକାରୀ ଅର୍ଥର ଦୁରୁପଯୋଗ । ଦୁରପଯୋଗ ନୁହେଁତ ଲୁଣ୍ଠନ । ଏଭଳି ଅନ୍ୟାୟ ବିରୋଧରେ ମୁହଁ ଖୋଲିଛନ୍ତି ଗ୍ରାମବାସୀ । କାମ ନକରି ବିଲ କରିନେବା, ନିମ୍ମମାନର କାମ କରି କୋଟି କୋଟି ଟଙ୍କା ଚଳୁ କରିଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ । ଆମେ କହୁଛୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବିଜିପୁର ପଂଚାୟତର କଥା । ଭାପୁର ର ବ୍ଲକ ରେ ହୋଇଥିବା ମାନରେଗା ର ମହାଦୁର୍ନୀତି ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ବାରମ୍ବାର ଖବର ପ୍ରସାରଣ ପରେ ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିଛନ୍ତି ଗ୍ରାମବାସୀ ।

କାମ ନକରି ବିଲ କରିନେବା ସହ ନିମ୍ନ ମାନର କାମକରି କୋଟି କୋଟି ଟଙ୍କା ଚାଲୁ କରିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏ ହେଉଛି ଭାପୁର ବ୍ଲକ ବିଜିପୁର ପଞ୍ଚାୟତ ପୋଖରୀ ।୨୦୨୦-୨୧ ଆର୍ଥିକ ବର୍ଷରେ ଏଥିରେ ମନରେଗା କାମ କରିବାପାଇଁ ୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ତେବେ ଏଥିରେ କୌଣସି ଜବକାର୍ଡ ଧାରିଙ୍କୁ ସାମିଲ ନକରି ଠିକାଦାର କାମ ନକରି ବିଲ ଉଠାଇନେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଥିପାଇଁ ବିଜିପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାରୁ ସମ୍ପୃକ୍ତ ଠିକାଦାର ତରବରିଆ ଭାବେ ଅଳ୍ପ କିଛି କାମ କରିଦେଇଥିବା ଅଭିଯୋଗ ହୋଇଛି । ତେବେ ତାହା ମଧ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନା ଅଧିକାର ବଳରେ ଆସିଥିବା ତଥ୍ୟ ଅନୁଯାଇ କେବଳ ବିଜିପୁର ପଞ୍ଚାୟତ ପୋଖରୀ ନୁହେଁ, ଭାପୁର ବ୍ଲକର ପ୍ରାୟ ସବୁ ପଞ୍ଚାୟତ ଗୁଡିକରେ ଏହିଭଳି ମନରେଗା କାମରେ ଦୁର୍ନୀତି ହୋଇଛି । ରାଜନେତା ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ଭାପୁର ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି । ଏହି ରାଜନେତା ମାନଙ୍କ ଚତ୍ରଛାୟା ତଳେ ବଢି ବ୍ଲକର ସରକାରୀବାବୁମାନେ ଗୋଟିଏ ପରେ ଗୋଟିଏ କେଲେଙ୍କାରି କରିଚାଲିଛନ୍ତି । ବାରମ୍ବାର ଖବର ପ୍ରସାରଣରେ ଚେତିଛି ଜିଲ୍ଲାପ୍ରଶାସନ । ଆମେ ତଦନ୍ତ କରିବୁ, ଯଦି ଦୁର୍ନୀତି ହୋଇଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ।

କେନ୍ଦ୍ର ସରକାରଙ୍କ ଯୋଜନା ହେଲା ମନରେଗା । ଆତ୍ମନିର୍ଭରଶୀଳ ଭାରତର ଏହା ଏକ ଅଂଶବିଶେଷ । ଏହି ଯୋଜନାରେ ଗାଁର ଲୋକଟିଏ ବାହାରକୁ ନଯାଇ ନିଜ ଜନ୍ମ ମାଟିରେ ରୋଜଗାର କରିବା ଏହି ଯୋଜନାର ମୂଳ ଲକ୍ଷ । ହେଲେ କିଛି ଅସାଧୁ ସରକାରୀ ଅଫିସର ଓ ରାଜନେତା ମିଶି ଏହି ଯୋଜନା କୁ ବାଟମାରଣା କରିଛନ୍ତି । ତେବେ ପ୍ରକଳ୍ପ ନିର୍ଦେଶକ କେବେ ତଦନ୍ତ କରିବେ ଆଉ କେବେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବେ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ