Masthead

ଗ୍ରାମବାସୀ-କମ୍ପାନୀ ମୁହାଁମୁହିଁ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): କୋଇଲା ଖଣି ସର୍ଭେକୁ ନେଇ ଗ୍ରାମବାସୀ-କମ୍ପାନୀ ମୁହାଁମୁହିଁ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ନେଇ ଗ୍ରାମବାସୀ- କମ୍ପାନୀ ମୁହାଁମୁହିଁ ହୋଇଛନ୍ତି । ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କୋଲକାତାର ସେରିଆନ ଏକ୍ସପ୍ରେସନ ଆଣ୍ଡ ମାଇନିଂ କିଛିଦିନ ହେବ ବାରିହାପୁର ଗାଁକୁ ଆସି କୋଇଲା ଅଛି କି ନାହିଁ ସର୍ଭେ କରୁଛି।

ମାତ୍ର ଗ୍ରାମବାସୀ ଗାଁ କମିଟିକୁ ୧୦ ଲକ୍ଷଟଙ୍କା, ପ୍ରତି ନଳକୂଅ ପିଛା ୧୦ ହଜାର ଟଙ୍କା ଦେବାକୁ ଦାବି କରି କାମ ବନ୍ଦ କରିଥିଲେ। କମ୍ପାନୀ କର୍ମଚାରୀମାନଙ୍କ ପାଇଁ ଅପରାହ୍ନରେ ଖାଦ୍ୟ ନେଇ ଆସିଥିବା ଗାଡ଼ିକୁ ଗ୍ରାମବାସୀ ଅଟକ ରଖିଥିଲେ। କମ୍ପାନୀ ଅଧିକାରୀ ଆୟୋନୀ ଖଟୁରିଆନ ଘଟଣାସ୍ଥଳକୁ ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଗ୍ରାମବାସୀ ସେମାନଙ୍କ ଦାବି ପୁରଣ ପାଇଁ ଜିଦ କରିଥିଲେ। ତେବେ ବିଳମ୍ବିତ ରାତିରେ କଣିହାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କମ୍ପାନୀ ଗାଡ଼ିକୁ ଛାଡ଼ିଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାରୁ ଗ୍ରାମବାସୀ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ