Masthead

ବନ୍ଧାହେଲେ କୋଟିପତି ଇଞ୍ଜିନିୟର, ୧୨୫ କୋଟିର ମାଲିକ ବୀରେନ୍ଦ୍ର କୁମାର

ରାଞ୍ଚି (ବଡ଼ ଖବର ବ୍ୟୁରୋ): ବନ୍ଧାହେଲେ କୋଟିପତି ଇଞ୍ଜିନିୟର । ମନି ଲଣ୍ଡ୍ରିଂ ମାମଲାରେ ବୀରେନ୍ଦ୍ର କୁମାର ରାମ ଗିରଫ ହୋଇଛନ୍ତି । ଝାଡଖଣ୍ଡ ରାଞ୍ଚିର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ୨-୪କୋଟି ନୁହେଁ ୧୨୫କୋଟି ସମ୍ପତ୍ତିର ମାଲିକ ସାଜିଛନ୍ତି ଇଞ୍ଜିନିୟର ବୀରେନ୍ଦ୍ର କୁମାର ରାମ । ମନି ଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତ ଇଞ୍ଜିନିୟର ବୀରେନ୍ଦ୍ର କୁମାର ରାମଙ୍କୁ ଗିରଫ କରିଛି ଇଡି । ରେଡ ବେଳେ ନଗଦ ୪୦ଲକ୍ଷ ଟଙ୍କା ଓ ପ୍ରାୟ ଦେଢ କୋଟି ଟଙ୍କାର ସୁନାଗହଣା ଜବତ ହୋଇଛି ।

ଏହାସହ ବିଳାସପୂର୍ଣ୍ଣ ଗାଡି ମଧ୍ୟ ରହିଛି । ସେହିପରି ବିଭିନ୍ନ ସ୍ଥାନରେ ଘର ଓ ପ୍ଲଟ ଥିବା କଥା ଜଣାପଡିଛି । ଇଞ୍ଜିନିୟର ବୀରେନ୍ଦ୍ର କୁମାରଙ୍କ ୨କୋଟି ୭୦ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଘର ଥିବା ବି ଜଣାପଡିଛି । ଝାଡଣଣ୍ଡ, ବିହାର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢାଉ ହୋଇଥିଲା । ୨୦୧୯ରେ ଝାଡଖଣ୍ଡ ଜମଶେଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ଚଢାଉ ପରେ ୨କୋଟି ୪୪ଲକ୍ଷ ଟଙ୍କା ମିଳିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ