Masthead

ସହାୟତା ଅପେକ୍ଷାରେ ବିଷ୍ଣୁପ୍ରିୟା

ଭୁବନ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ଏକତାଳୀ ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଝିଅ ବିଷ୍ଣୁପ୍ରିୟା । ଖେଳକୁଦ କରିବା ବୟସରେ ସହୁଛନ୍ତି ଅସହ୍ୟ ଯନ୍ତ୍ରଣା । ଅଣ୍ଟାର ବାମପାଶ୍ୱର୍ ଓ କାନ୍ଧର ଡାହାଣ ପାଶ୍ୱର୍ ହାଡ଼ମାଂସ ବଢ଼ିବାରେ ଲାଗିଛି । ଦୀର୍ଘ ୧୦ବର୍ଷ ହେବ ଏଭଳି ଅସହ୍ୟ ଯନ୍ତ୍ରଣା ସହୁଛନ୍ତି ସେ । ବିଷ୍ଣୁପ୍ରିୟା ୫ବର୍ଷର ହୋଇଥିବା ବେଳେ ମାଂସହାଡ଼ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ଭୁବନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ସେ । କଟକ ବଡ଼ ମେଡିକାଲରେ ଚିକିତ୍ସା କରିବା ଲାଗି ପରାମର୍ଶ ଦେଇଥିଲେ ଡାକ୍ତର । ଅର୍ଥ ଅଭାବରୁ ଝିଅର ଚିକିତ୍ସା କରିବାରେ ଅସମର୍ଥ ପ୍ରଶାନ୍ତ ।

ଦିନମଜୁରିଆ ଭାବରେ ପ୍ରଶାନ୍ତ ଯାହା ରୋଜଗାର କରନ୍ତି ପରିବାର ଚଳିବାକୁ ନିଅଣ୍ଟ । ଟଙ୍କା କେଉଁଠୁ ଆସିବ ଯେ ଝିଅର ଚିକିତ୍ସା କରିବେ । ବିଷ୍ଣୁପ୍ରିୟାଙ୍କ ଶରୀର ୭୦ଭାଗ ଅଚଳ ହୋଇପଡ଼ିଛି । ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ଭତ୍ତାରୁ ବଞ୍ଚିତ । ସରକାରୀ ସହାୟତା ଲାଗି ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା କିଛି ଫଳପ୍ରଦ ହୋଇନାହିଁ । ସରକାରୀ ସହାୟତା ମିଳିଲେ ଝିଅର ଅପରେସନ ହୋଇପାରନ୍ତା ବୋଲି କାନ୍ଦି କାନ୍ଦି କହିଛନ୍ତି ବିଷ୍ଣୁପ୍ରିୟାଙ୍କ ମା’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ