ବିଜେଡିରେ ଗୋଷ୍ଠୀ କନ୍ଦଳ, ଯୁବ ଉପସଭାପତିଙ୍କ ଦୁଇ ସହଯୋଗୀ ନିଲମ୍ବିତ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଗତ କିଛି ମାସ ହେବ କେନ୍ଦୁଝର ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଏକାଧିକ ସମାନ୍ତରାଳ ସଂଗଠନ ପରସ୍ପର ବିରୋଧୀ କାମ କରୁଥିବା ଦଳ ପାଇଁ ମୁଣ୍ଡ ବିନ୍ଧା କାରଣ ପାଲଟିଥିଲା। ବିଶେଷ ଭାବେ ଜିଲ୍ଲାର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଓ ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ଭିତରେ ବିବାଦ କିଛି ମାସ ହେବ ତୀବ୍ର ହୋଇଛି। ଘଷିପୁରା ସମେତ ପୁରା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁଥିବାବେଳେ ବିରୋଧୀ ଏହି ଗୋଷ୍ଠୀ କନ୍ଦଳର ଫାଇଦା ନେବାରେ ସଫଳ ହେଉଥିଲେ।

ତେବେ ଏହି କନ୍ଦଳ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବିଜେଡି କ୍ଷତିଗ୍ରସ୍ତ ହେଉଥିବା ଜାଣି ଦଳ ପକ୍ଷରୁ ଆକ୍ସନ ଆରମ୍ଭ ହୋଇଛି। କିଛି ଦିନ ତଳେ ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସୌମ୍ୟଶଙ୍କରଙ୍କ ଆଉ ଦୁଇ ସହଯୋଗୀ ସଞ୍ଜୟ ମିଶ୍ର ଓ ଦିପୁ ଖଟୁଆଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତେବେ ସୌମ୍ୟ ଶଙ୍କରଙ୍କ ସହଯୋଗୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ସୌମ୍ୟଙ୍କ ପତିଆରା ହ୍ରାସ କରିବା ସହ ପୁଣି ଥରେ କେନ୍ଦୁଝର ଜିଲ୍ଲାରେ ବିଜେଡିକୁ ସଂଗଠିତ କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ