Masthead

ବିଜେଡିରେ ଗୋଷ୍ଠୀ କନ୍ଦଳ, ଯୁବ ଉପସଭାପତିଙ୍କ ଦୁଇ ସହଯୋଗୀ ନିଲମ୍ବିତ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଗତ କିଛି ମାସ ହେବ କେନ୍ଦୁଝର ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଏକାଧିକ ସମାନ୍ତରାଳ ସଂଗଠନ ପରସ୍ପର ବିରୋଧୀ କାମ କରୁଥିବା ଦଳ ପାଇଁ ମୁଣ୍ଡ ବିନ୍ଧା କାରଣ ପାଲଟିଥିଲା। ବିଶେଷ ଭାବେ ଜିଲ୍ଲାର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଓ ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ଭିତରେ ବିବାଦ କିଛି ମାସ ହେବ ତୀବ୍ର ହୋଇଛି। ଘଷିପୁରା ସମେତ ପୁରା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁଥିବାବେଳେ ବିରୋଧୀ ଏହି ଗୋଷ୍ଠୀ କନ୍ଦଳର ଫାଇଦା ନେବାରେ ସଫଳ ହେଉଥିଲେ।

ତେବେ ଏହି କନ୍ଦଳ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବିଜେଡି କ୍ଷତିଗ୍ରସ୍ତ ହେଉଥିବା ଜାଣି ଦଳ ପକ୍ଷରୁ ଆକ୍ସନ ଆରମ୍ଭ ହୋଇଛି। କିଛି ଦିନ ତଳେ ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସୌମ୍ୟଶଙ୍କରଙ୍କ ଆଉ ଦୁଇ ସହଯୋଗୀ ସଞ୍ଜୟ ମିଶ୍ର ଓ ଦିପୁ ଖଟୁଆଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତେବେ ସୌମ୍ୟ ଶଙ୍କରଙ୍କ ସହଯୋଗୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ସୌମ୍ୟଙ୍କ ପତିଆରା ହ୍ରାସ କରିବା ସହ ପୁଣି ଥରେ କେନ୍ଦୁଝର ଜିଲ୍ଲାରେ ବିଜେଡିକୁ ସଂଗଠିତ କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ