ବଟି ମାଗି ବିଜେଡି ନେତା ଗିରଫ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): କୋଇଲା ଖଣିରେ ବଟି ଅସୁଲ ପୂର୍ବତନ ନଗରପାଳ ଓ ୪ ସହଯୋଗୀ ଗିରଫ। ଝାରସୁଗୁଡ଼ା ଜିଲାର ଲଖନପୁରସ୍ଥିତ କୋଇଲା ଖଣିରୁ କୋଇଲା ପରିବହନ କରୁଥିବା ଟ୍ରକ ଗୁଡ଼ିକରୁ ବଟି ଆଦାୟ କରୁଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ଓ ତାଙ୍କ ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ବେଆଇନ କାରବାରରେ ବ୍ରଜରାଜନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ସହ ସ୍ଥାନୀୟ ରାମଗଡ଼ର ଅମରେନ୍ଦ୍ର ସିଂ , କୁତାବଗାର ଷ୍ଟିଫେନ ପରମାଣିକ, ବେଲପାହାଡ଼ ଥାନା ଅଞ୍ଚଳର ଜାମକାନୀର ସୁଜିତ କେର୍କେଟ୍ଟା ଓ ବେଲପାହାଡ଼ର ଶଶିଧର ଚୌହାନ ଧରା ପଡ଼ିଛନ୍ତି।

ପୁଲିସ ଏହି ଅଭିଯୁକ୍ତମାନଙ୍କ ପାଖରୁ ଏକ କାର, ୩ଟି ବାଇକ, କୋଇଲା ଟ୍ରକଗୁଡ଼ିକର ତାଲିକା ଥିବା ଏକ ରେଜିଷ୍ଟର, ବିଭିନ୍ନ ପରିବହନ ଅକାରୀଙ୍କ ପାଞ୍ଚଟି ରବର ଷ୍ଟାମ, ଲାଲ କାଳି ପ୍ୟାଡ୍, ନଗଦ ୭୩ ହଜାର ୮୦ ଟଙ୍କା ଓ ୭ଟି ମୋବାଇଲ ଫୋନ ଜବତ କରିଛି। କଳା ହୀରାର କଳା କାରବାରରେ ପୂର୍ବତନ ନଗରପାଳଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଚକିତ କରିଛି । ପୂର୍ବତନ ନଗରପାଳ ନନ୍ଦ କିଶୋରଙ୍କ ନାମରେ ଅନେକ ପୁରୁଣା ଅପରାଧକ ମାମଲା ବିଭିନ୍ନ ଥାନାରେ ଗଡ଼ୁଛି । ସେ ଏଠାକାର ଜଣେ ସକ୍ରିୟ ବିଜେଡି ନେତା ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ