Masthead

ଖୁବଶୀଘ୍ର ଆସିବ ଶସ୍ତା ଟିକା ଜାଣନ୍ତୁ ମୂଲ୍ୟ କେତେ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ଜୋରଦାର ଚାଲିଛି ଟିକାକରଣ । କିନ୍ତୁ ଅନେକ ରାଜ୍ୟରେ ଟିକାର ଘୋର ଅଭାବ ଦେଖିବାକୁ ମିଳୁଛି। ଏହିସବୁ ମଧ୍ୟରେ ବିଶ୍ୱର ସବୁଠାରୁ ଶସ୍ତା ଟିକା ଉପଲବ୍ଧ ହେବାର ଆଶା ମଧ୍ୟ ସୃଷ୍ଟି ହୋଇଛି। ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା କୋରବେଭାକ୍ସ ଖୁବଶୀଘ୍ର ମାର୍କେଟକୁ ଆସିବ । ବର୍ତ୍ତମାନ ସୁଦ୍ଧା ଟିକାର ପରୀକ୍ଷଣ ଚାଲିଛି। ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା । କ୍ଷଣି କମ୍ପାନୀ ପକ୍ଷରୁ ଦେଶବାସୀଙ୍କୁ ଏହି ଟିକା ଯୋଗାଇ ଦିଆଯିବ। ଏହାର ଡୋଜ୍‌ ପିଛା ଦାମ ମାତ୍ର ୨୫୦ ଟଙ୍କା ରହିବ ବୋଲି କମ୍ପାନୀ ପକ୍ଷରୁ ପ୍ରାଥମିକ ସ୍ତରରେ ଆକଳନ କରାଯାଇଛି।

 ଦୁଇଟି ଡୋଜ୍‌ର ମୂଲ୍ୟ ୪୦୦ ଟଙ୍କା ମଧ୍ୟ ହୋଇପାରେ। କେନ୍ଦ୍ର ସରକାର ଏବେ ଠାରୁ ହିଁ କୋରବେଭାକ୍ସର ୩୦ କୋଟି ଡୋଜ୍ ପାଇଁ ୧୫ ଶହ କୋଟି ଟଙ୍କା ଦେଇ ସାରିଛନ୍ତି। ଅର୍ଥାତ କମ୍ପାନୀଠାରୁ କେନ୍ଦ୍ରସରକାର ମାତ୍ର ୫୦ ଟଙ୍କାରେ ଗୋଟିଏ ଡୋଜ୍‌ ଟିକା କିଣିବେ। ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲବ୍ଧ ହୋଇଥିବା କୌଣସି ଟିକା ଏତେ ଶସ୍ତାରେ ମିଳୁନାହିଁ। ବାୟୋଲଜିକାଲ-ଇ କମ୍ପାନୀର ଏମଡି ମହିମା ଦତଲା ଗୋଟିଏ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକାର ଦୁଇ ଡୋଜ୍‌ର ମୂଲ୍ୟ ୪୦୦ ଟଙ୍କା ମଧ୍ୟ ହୋଇପାରେ। ଏବେ ଡୋଜ୍‌ ପିଛା ୨୫୦ ଟଙ୍କା ରଖିବାକୁ ନିଷ୍ପତ୍ତି ନେଇଛୁ। ତେବେ ଚୂଡ଼ାନ୍ତ ଦର ଖୁବଶୀଘ୍ର ଘୋଷଣା କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ