ବିଜେଡି ନେତା ଧ୍ୱଂସ କରିବେ ରାବଣ ରାଜ୍ୟ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିରେ ଅଛନ୍ତି ୧୦୦ରୁ ଅଧିକ ବିଭୀଷଣ । ବିଜେଡିର ୮୦ ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ମାନସିକ ସ୍ତରରେ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରତିକ୍ରିୟା ଦେଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡ଼ିତ ଅଛନ୍ତି । ବିଜେଡି ବିଧାୟକ ମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି ।

ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା । ଏବେ ବିଜେଡିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବିଜେଡିରୁ ୧୦୦ରୁ ଉର୍ଦ୍ଧ୍ବ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ଏବଂ ଧର୍ମର ସାଥ ଦେବେ । ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ । ରାଜ୍ୟ ସଭାପତିଙ୍କ କଥାରେ ପୁରା ସତ୍ୟତା ଅଛି ।

ବିଜେଡିର ୮୦ ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ମାନସିକ ସ୍ତରରେ ପାଇଁ ପ୍ରସ୍ତୁତ ଅଛନ୍ତି । କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି । ବିଜେଡି ରେ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡ଼ିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’