Before Header

ପାଠ ପଢିବା ବଦଳରେ କରୁଛନ୍ତି ମାଡ଼ପିଟ

0 343

ବରୀ (ବଡ଼ ଖବର ବ୍ୟୁରୋ): ଭୁଲିଯାଉଛନ୍ତି ମାନବିକତା । ପାଠ ପଢିବା ବଦଳରେ କରୁଛନ୍ତି ମାଡ଼ପିଟ । ଏଭଳି ଘଟଣା ଘଟିଛି ବରୀ ବ୍ଲକ ଅଭିମନ୍ୟୁ ସାମନ୍ତ ମହାବିଦ୍ୟାଳୟରେ । ଏଠି ପାଠ ପଢିବା ପାଇଁ କଲେଜ ଯାଉନାହାନ୍ତି, ଯାଉଛନ୍ତି ମାଡ ପିଟା ପିଟି କରିବା ପାଇଁ । ବରୀ ବ୍ଲକ ଅଭିମନ୍ୟୁ ସାମନ୍ତ ମହାବିଦ୍ୟାଳୟ ବାଲିଆର କିଛି ଛାତ୍ର ମିଶି ଜଣେ ଛାତ୍ରକୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିଛନ୍ତି ।

ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି କଲେଜ ଠାରୁ ଅଳ୍ପ ଦୂରରେ ହୋଇଥିବା ଜଣାପଡିଛି। ଏ ନେଇ ଉକ୍ତ କଲେଜର ଅଧକ୍ଷଙ୍କୁ ପଚାରିଲେ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ଏ ଦିଗରେ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.