Masthead

ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ମେଣ୍ଟ ହେବ ନା ନାହିଁ ? ରାଜ୍ୟର ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଗତ ୪ ଦିନ ହେଲା ଓଡ଼ିଶାର ବିଜେପି ନେତାମାନେ ଦିଲ୍ଲୀରେ ଡେରା ପକାଇଛନ୍ତି । ସମ୍ଭାବ୍ୟ ମେଣ୍ଟକୁ ନେଇ ଘନଘନ ବୈଠକ ହେଉଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍‌.ସନ୍ତୋଷ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର, ଉପ ପ୍ରଭାରୀ ଲତା ଉସେଣ୍ଡି ଓ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ବୈଠକ ହୋଇଛି। ସେପଟେ ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ ।

ଅପରାହ୍ନ ୪ଟା ୩୦ରେ ବୈଠକ ହେବ ବୋଲି କୁହାଯାଉଛି । ବରିଷ୍ଠ ନେତା ମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବୈଠକରେ ନିର୍ଦ୍ଦିଷ୍ଟ କେଉଁ ବିଷୟରେ ଆଲୋଚନା ହେବ ସେନେଇ ସୂଚନା ଦିଆଯାଇନାହିଁ । ହେଲେ ଦଳୀୟ ନେତୃବୃନ୍ଦଙ୍କ ସହ ମେଣ୍ଟ ନେଇ ଆଲୋଚନା କରାଯିବା ସହ ଆସନ ଭାଗବଣ୍ଟା ନେଇ ସୂଚନା ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ସବୁ ବିଷୟରେ ବିଚାର ଆଲୋଚନା କରୁଛୁ। ଆମ ପ୍ରକ୍ରିୟା ଯାହା ହେବା କଥା ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ