Masthead

ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବୀନ-ପାଣ୍ଡିଆନ ଯୋଡିକୁ ଚେକ୍ ଦେବା ପାଇଁ ବଡ ପ୍ଲାନ୍ । ଦେବାଷିଶ ଓ ସୌମ୍ୟ ହେଲେ ଏକାଠି! ରଣନୀତି କଲେ ପ୍ରସ୍ତୁତ? ଦୁହିଁଙ୍କ ଉପରେ ହୋଇଥିବା ଅତ୍ୟାଚାରର ନେବେ ବଦଲା । ପାଣ୍ଡିଆନ କୋଙ୍କୁ ଦେବେ ଉଚିତ୍ ଶାସ୍ତି । କଟକରେ ବସିଲେ, ଅନେକ ଦିଗକୁ ନେଇ କଥା ବି ହେଲେ । ରାଜନୈତିକ ଚର୍ଚ୍ଚାକୁ ବଢାଇଲେ ଖୋରାକ୍ । ସୌମ୍ୟଙ୍କ ପରି ଏବେ ଦେବାଶିଷଙ୍କ ଉପରେ ବିଜେଡି କରିଚାଲିଛି ଆକ୍ରମଣ । ପାଣ୍ଡିଆନଙ୍କୁ ନେଇ ଦେବାଶିଷ କହୁ କହୁ ଅଣ ଓଡ଼ିଆଙ୍କ ଢାଲ ହୋଇ ଠିଆ ହୋଇଗଲେ ରାଜ୍ୟସଭା ସାଂସଦ । କାହିଁକି ପାଣ୍ଡିଆନଙ୍କୁ ନେଇ ଖୋଲିଲ ମୁହଁ କହି ଦେବାଶିଷଙ୍କ ଉପରେ ବର୍ଷିଥିଲେ । ନେତା ପାଣ୍ଡିଆନଙ୍କ କଥା କହୁ କହୁ ଚିହିଁକି ଉଠୁଛି ନବୀନ ନିବାସ । ସକ୍ରିୟ ହୋଇ ଯାଉଛନ୍ତି ପାଣ୍ଡିଆନ ଟିମ୍ । ନିଜ ନେତାଙ୍କୁ କାଠଗଡାରେ ଠିଆ କରି ବଦନାମ୍ କରିବାକୁ ଦେଉନାହାନ୍ତି ପଛଘୁଞ୍ଚା କଟକର ଏକ କାର୍ଯ୍ୟକ୍ରମରେ ଯେତେବେଳେ ଦୁହେଁ ହୁଅନ୍ତି ଏକତ୍ରିତ ।

ବିଜେଡି ଶିବିରରେ ସୃଷ୍ଟି ହୁଏ କମ୍ପନ । ଦେଖାଦିଏ ଧାଁ ଦଉଡ଼ । ଯାହା ଏବେ ହେବାରେ ଲାଗିଛି । କ’ଣ ଦେବାଶିଷ ଓ ସୌମ୍ୟଙ୍କ ଭିତରେ ଘଟିଲା ତାକୁ ନେଇ ଚାଲିଛି ଅଙ୍କ କଷା । ସାରଳା ଭବନ ବୈଠକକୁ ନେଇ ବିଜେଡି ଖୋଜୁଛି ଖିଅ । ପୁଣି କିଛି ବିଷ ଓଗାଳିବା ପାଇଁ ହେଉନାହାନ୍ତି ତ ପ୍ରସ୍ତୁତ? କେଉଁ ଦିଗକୁ ଉଭୟଙ୍କର ରହିବ ନିଶାନା ତାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ପୁଣି ପାଣ୍ଡିଆନଙ୍କ ଆଡକୁ ନାହିଁ ତ ନଜର? ଏହାକୁ ନେଇ ଶଙ୍ଖ ଭବନ ଠାରୁ ନବୀନ ନିବାସରେ ଦେଖା ଦେଇଛି କସରତ୍ । କେମିତି ଦୁହେଁଙ୍କୁ ଦେବେ ଚେକ୍ ସେଥି ପାଇଁ ଚାଲିଛି ବଡ ପ୍ଲାନ । ସରକାରରେ ଥିବା ବେଳେ ସିନା ସୌମ୍ୟଙ୍କୁ ଦମନ କରିବାରେ ସହାୟକ ହୋଇଥିଲା କ୍ଷମତା । କିନ୍ତୁ ଏବେ କରିବେ କ’ଣ? କିଏ ଆଉ ମାନିବ ନବୀନଙ୍କ କଥା । କାହିଁକି ନା ଗୋଟେ ପରେ ଗୋଟେ ବଢାଇ ଚାଲିଛନ୍ତି ଦଳପତିଙ୍କ ମୁଣ୍ଡବିନ୍ଧା । ଆଉ ଏପଟେ ଦେବାଷିଶ ଓ ସୌମ୍ୟଙ୍କ ଭେଟଘାଟ୍ ବଢାଇଛି ଟେନସନ୍ । ସମୟ କହିବ ଏ ଭେଟଘାଟ୍ କାହା ପାଇଁ କ’ଣ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର