Masthead

ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବେହାଲ୍ ହେଲା ଦିଲ୍ଲୀ ସହର । ସହରର ବିଭିନ୍ନ ସ୍ଥାନ ଜଳମଗ୍ନ । ପ୍ରବଳ ବର୍ଷା ଯୋଗୁଁ ୪୯ ବିମାନର ଗତି ପଥ ପରିବର୍ତ୍ତନ କରାଯାଇଛି । ଏଥିରେ ୧୭ଟି ଆନ୍ତର୍ଜାତୀୟ ଫ୍ଲାଇଟ ମଧ୍ୟ ରହିଛି । ବର୍ଷା ପାଇଁ ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ କରିଛି ।

ରାତି ୧୧.୩୦ରୁ ସକାଳ ୪ଟା ମଧ୍ୟରେ ୪୯ଟି ବିମାନର ଗତି ପରିବର୍ତ୍ତନ ହୋଇଥିଲା । ଏହା ସହ ବିମାନ ଚଳାଚଳରେ ବିଳମ୍ବ ହୋଇଥିଲା । ସକାଳ ୫.୫୪ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହୋଇଛି । ଗତକାଲି ଦିଲ୍ଲୀରେ ରାତି ସାରା ପ୍ରବଳ ଝଡ ବର୍ଷା ହୋଇଛି । ଏଥିସହ ସହ ୮୨ କିଲୋମିଟାର ବେଗରେ ପ୍ରବଳ ପବନ ବହିଥିଲା ଏବଂ ୮୧.୨ମିମି ରେ ବର୍ଷା ହୋଇଥିବା ସୂଚନା ରହିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ପାଣି ଜମି ରହିଛି ଖାସ୍ କରି ମିଣ୍ଟୋ ରୋଡ୍, ମୋତି ପାର୍କ, ସୁବ୍ରତ ପାର୍କ ଏବଂ ସହରର ରାସ୍ତା ଘାଟ ବର୍ଷା ଜଳ ଯୋଗୁଁ କାର ଗୁଡିକ ବୁଡି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ