Masthead

କାମ ନ ସରୁଣୁ ରାସ୍ତାରୁ ଉଠୁଛି କଂକ୍ରିଟ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ନିମ୍ନମାନର ରାସ୍ତା କାମ ଅଭିଯୋଗ । କାମ ନ ସରୁଣୁ ରାସ୍ତା ଭାଙ୍ଗି ରୁଜି ଚୁରମାର ଏପଟେ ଠିକାଦାର କହୁଛନ୍ତି କାମ ଠିକ୍ ଚାଲିଛି । ଠିକାଦାର ଓ ବିଭାଗିୟ ଅଧିକାରିଙ୍କ ମିଲିଭଗତରେ ହେଉଛି ବଡ ଘୋଟଲା । ରାସ୍ତାର କାମ ନ ସରୁଣୁ ଦେଖା ଦେଲାଣି ଫାଟ । ଏଭଳି ଚିତ୍ର ଦେଖବାକୁ ମିଳିଛି ଜଳେଶ୍ୱରରେ । ମହାଗବ ଠାରୁ ସିଆଁରୁଇଁ ପର୍ଯ୍ୟନ୍ତ ୭ କିଲୋ ମିଟରରୁ ଉର୍ଦ୍ଧ୍ବ ଏହି ରାସ୍ତାର ପ୍ରଶସ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ୭ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରିଥିଲେ । ଏହି କାମକୁ ସଂପୃକ୍ତ ଠିକାଦାର ଅମରେଶ ବେହେରା ୨୨/୧୨/ ୨୦୨୨ ରୁ କାମ ଆରମ୍ଭ କରି ୨୦/୧୧/୨୦୨୩ ରେ କାର୍ଯ୍ୟ ଶେଷ ହେବାର ଅବଧି ଥିଲା ।

କିନ୍ତୁ କାର୍ଯ୍ୟ ଶେଷର ଅବଧି ୪ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା କାର୍ୟ୍ୟ ଶେଷ ହେଇପାରିଲା ନାହିଁ। ଆଉ ଯୋଉଁଠି କାର୍ୟ୍ୟ ହୋଇଛି ସେଠି ହାତ ମାରିଲେ ରାସ୍ତାରୁ ଉଠୁଛି କଂକ୍ରିଟ ମେଟାଲ ତ ଆଉ କେଉଁଠି ରାସ୍ତା ଫାଟି ଆଁ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ନିମ୍ନ ମାନର ରାସ୍ତା କାମକୁ ପ୍ରଶ୍ରୟ ଦେଉଛି କିଏ । ବିଭାଗିୟ ଅଧିକାରୀଙ୍କ ନଜରକୁ ଆସୁନି କି ଏଭଳି ନିମ୍ନ ମାନର କାମ । ନା ବିଭାଗିୟ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ ହେଉଛି କାମ ନାରେ ଟଙ୍କା ହରିଲୁଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ