କାମ ନ ସରୁଣୁ ରାସ୍ତାରୁ ଉଠୁଛି କଂକ୍ରିଟ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ନିମ୍ନମାନର ରାସ୍ତା କାମ ଅଭିଯୋଗ । କାମ ନ ସରୁଣୁ ରାସ୍ତା ଭାଙ୍ଗି ରୁଜି ଚୁରମାର ଏପଟେ ଠିକାଦାର କହୁଛନ୍ତି କାମ ଠିକ୍ ଚାଲିଛି । ଠିକାଦାର ଓ ବିଭାଗିୟ ଅଧିକାରିଙ୍କ ମିଲିଭଗତରେ ହେଉଛି ବଡ ଘୋଟଲା । ରାସ୍ତାର କାମ ନ ସରୁଣୁ ଦେଖା ଦେଲାଣି ଫାଟ । ଏଭଳି ଚିତ୍ର ଦେଖବାକୁ ମିଳିଛି ଜଳେଶ୍ୱରରେ । ମହାଗବ ଠାରୁ ସିଆଁରୁଇଁ ପର୍ଯ୍ୟନ୍ତ ୭ କିଲୋ ମିଟରରୁ ଉର୍ଦ୍ଧ୍ବ ଏହି ରାସ୍ତାର ପ୍ରଶସ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ୭ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରିଥିଲେ । ଏହି କାମକୁ ସଂପୃକ୍ତ ଠିକାଦାର ଅମରେଶ ବେହେରା ୨୨/୧୨/ ୨୦୨୨ ରୁ କାମ ଆରମ୍ଭ କରି ୨୦/୧୧/୨୦୨୩ ରେ କାର୍ଯ୍ୟ ଶେଷ ହେବାର ଅବଧି ଥିଲା ।

କିନ୍ତୁ କାର୍ଯ୍ୟ ଶେଷର ଅବଧି ୪ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା କାର୍ୟ୍ୟ ଶେଷ ହେଇପାରିଲା ନାହିଁ। ଆଉ ଯୋଉଁଠି କାର୍ୟ୍ୟ ହୋଇଛି ସେଠି ହାତ ମାରିଲେ ରାସ୍ତାରୁ ଉଠୁଛି କଂକ୍ରିଟ ମେଟାଲ ତ ଆଉ କେଉଁଠି ରାସ୍ତା ଫାଟି ଆଁ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ନିମ୍ନ ମାନର ରାସ୍ତା କାମକୁ ପ୍ରଶ୍ରୟ ଦେଉଛି କିଏ । ବିଭାଗିୟ ଅଧିକାରୀଙ୍କ ନଜରକୁ ଆସୁନି କି ଏଭଳି ନିମ୍ନ ମାନର କାମ । ନା ବିଭାଗିୟ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ ହେଉଛି କାମ ନାରେ ଟଙ୍କା ହରିଲୁଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’