Masthead

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ

ମମ୍ବାାଇ (ବଡ଼ ଖବର ବ୍ୟୁରୋ): କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ। ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ମିଥ୍ୟା ଖବର ପ୍ରସାରିତ କରିଥିବାରୁ ଏକ ୟୁଟ୍ୟୁବ୍ ଟାବଲୋଏଡ ବିରୋଧରେ କୋର୍ଟ ଯାଇଛନ୍ତି ଆରାଧ୍ୟା । ଆଜି ମାମଲାରୁ ଶୁଣାଣି ହେବ । ୧୧ବର୍ଷର ନାବାଳିକା ହୋଇଥିବାରୁ ସେ ଏପରି ରିପୋର୍ଟ ପ୍ରସାରିତ ନକରିବାକୁ ଆଦେଶ ମାଗିଛନ୍ତି । ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

ଆରାଧ୍ୟାଙ୍କ ସ୍ୱାସ୍ଥ୍ୟ ନେଇ ଫେକ୍ ନ୍ୟୁଜ ପ୍ରସାରିତ କରିଥିଲେ କିଛି ୟୁଟ୍ୟୁବ ଚ୍ୟାନେଲ। ଏହା ବିରୋଧରେ ବଚ୍ଚନ ପରିବାର କୋର୍ଟ ଯାଇଛନ୍ତି । ବଚ୍ଚନ ପରିବାର ପକ୍ଷରୁ ଆବେଦନରେ କୁହାଯାଇଛି ଯେ ଆରାଧ୍ୟା ଏବେ ବି ଛୋଟ ଅଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାର କରିବା ଦ୍ୱାରା ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ସି ହରିଶଙ୍କରଙ୍କ ଏକକ ଜଜ୍ ବେଞ୍ଚ ୨୦ ଏପ୍ରିଲ ଅର୍ଥାତ୍ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ବର୍ତ୍ତମାନ ସୁଦ୍ଧା ବଚ୍ଚନ ପରିବାର ପକ୍ଷରୁ ଏ ବାବଦରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।

କିଛି ଦିନ ତଳେ ମଧ୍ୟ ଏକ ଫିଲ୍ମର ପ୍ରମୋସନ ସମୟରେ ନିଜ ଝିଅ ବିଷୟରେ ନେଗେଟିଭ କଥା ଶୁଣି ସାମ୍ବାଦିକଙ୍କ ଉପରେ ବର୍ଷିଥିଲେ ଅଭିଷେକ ବଚ୍ଚନ। ତେବେ ଏହି ମାମଲାରେ ‘ଗୁଗଲ୍ ଏଲ୍ଏଲ୍ସି’ ଏବଂ ‘ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି’ (ଗ୍ରିଭେନ୍ସ୍ ସେଲ୍)ଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଏପଟେ ଆରାଧ୍ୟା ତାଙ୍କ ସମ୍ବନ୍ଧରେ ଥିବା ସମସ୍ତ ଭିଡିଓ ‘ଡି-ଲିଷ୍ଟ୍’ ଓ ‘ଡିଆକ୍ଟିଭେଟ୍’ କରିବା ଲାଗି ଦାଏର କରିଥିବା ପିଟିସନ୍ରେ ୧୦ଟି ଚାନେଲ୍କୁ କହିଛନ୍ତି। ନାବାଳିକା ହୋଇଥିବାରୁ ଏଭଳି ରିପୋର୍ଟ କରିଥିବା ‘ୟୁଟ୍ୟୁବ୍’ ଚାନେଲ୍ର ବିରୋଧ କରିଛନ୍ତି ଆରାଧ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ