Masthead

ଶଙ୍ଖଭବନ ବୈଠକ, ଗ୍ରାଉଣ୍ଡରେ ଇମ୍ପାକ୍ଟ ଜିରୋ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶଙ୍ଖ ଭବନରେ ଘନଘନ ବୈଠକ! ଆଉଟପୁଟ୍ ଜିରୋ! ନା ଲାଗୁଛି ମେଳିରେ ବ୍ରେକ୍? ନା ବାନ୍ଧିହେଉଛି ନେତାଙ୍କ ମୁହଁରେ ତୁଣ୍ଡି । ପୁରା ହଡବଡେଇ ଯାଇଛନ୍ତି ନବୀନ-ପାଣ୍ଡିଆନ୍ ଯୋଡି । ବୁଦ୍ଧି ଦିଶୁନି କରିବେ କ’ଣ? କେମିତି ନେତାଙ୍କ ଅଭିମୁଖ୍ୟରେ କରିବେ ପରିବର୍ତ୍ତନ । ସମନ୍ୱୟ କମିଟି ଭରଷାରେ ବାଟ ଚାଲୁଥିବା ବେଳେ ନେତା କିନ୍ତୁ କରୁନାହାନ୍ତି ଖାତିର । ବିଧାନସଭାରୁ ନେଇ ଦଳୀୟ କାର୍ଯ୍ୟକ୍ରମରେ ନେତା-ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ଶୀତଳଯୁଦ୍ଧ । ମୁଁ ଥାଉଥାଉ ସେ କାହିଁକି ବସିଲା । ସେ ଆଜି ଦଳକୁ ଆସି କେମିତି କ୍ଷମତାଶାଳୀ ହେବ? ମୁଁ ଜିତିଛି ହେଲେ ହାରିବା ଲୋକଙ୍କୁ କାହିଁକି ଦିଆଯାଉଛି ଗୁରୁତ୍ୱ? ଏଭଳି ଅନେକ ପ୍ରଶ୍ନକୁ ନେଇ ନେତାଙ୍କ ଭିତରେ ଦେଖାଗଲାଣି ମତାନ୍ତର ମନାନ୍ତର ।

ଯାହାକୁ ନେଇ ନବୀନ ନିବାସ ପ୍ରତ୍ୟେକ ଦିନ ଉଠୁଛି ପଡୁଛି । ଖାଲି ନେତା ନେତା ନୁହନ୍ତି ଖୋଦ ଦଳର ସୁପ୍ରିମୋଙ୍କ ଆଡେ ନେତାଙ୍କ ଅଙ୍ଗୁଳି । ପାଣ୍ଡିଆନଙ୍କୁ ନେଇ ଗୃହଯୁଦ୍ଧ! କାହିଁକି ଏବେ ବି ନବୀନ ତାଙ୍କୁ ଦେଇଛନ୍ତି ସ୍ଥାନ! ହରାଇ ଦଳକୁ ବୁଡାଇବାକୁ ବସିଥିବା ଅଣଓଡ଼ିଆଙ୍କ ପ୍ରତି ଆପଣଙ୍କର ଏତେ ଦରଦ କାହିଁକି ଜବାବ ବି ମାଗିବା କୁଆଡେ ଆରମ୍ଭ ହୋଇଯାଇଛି । ଜବାବରେ ଅଟକିନି ବିଜେଡି ଭିତିରି କଥା, ଖୋଲାଖୋଲି ମୁହଁ ଖୋଲି ଅଣଓଡ଼ିଆଙ୍କ ଚିନ୍ତାଧାରା ଫାଇଭ୍-ଟି ପାଇଁ ମଲୁ ବୋଲି ଦଳର ବରିଷ୍ଠ ନେତା କଲେଣି ପ୍ରକାଶ । ଯାହା ବେଶ ବାରି ହୋଇପଡୁଛି ଶଙ୍ଖ ଦଳରେ । ନବୀନଙ୍କ ହାତରୁ ଧିରେ ଧିରେ ନେତା ଖସିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି ।

କାହିଁକି ନା ନେତା ମାନେ ନିଜ ସ୍ୱାଭିମାନ ଆଉ ସମ୍ମାନରେ ବଞ୍ଚିବା ପାଇଁ ଚାହୁଁଛନ୍ତି । ଅଣଓଡ଼ିଆ କଳଙ୍କ ମୁଣ୍ଡାଇ ବଞ୍ଚିବାକୁ ଚାହୁଁନାହାନ୍ତି । ଯାହାକୁ ନେଇ ନବୀନଙ୍କ ଅଭିମୁଖ୍ୟକୁ ନେଇ କ୍ଷୁବ୍ଧ ନେତା । ଗ୍ରାଉଣ୍ଡରୁ ନେଇ ରାଜଧାନୀ, ଏହାକୁ ନେଇ ଲାଗିରହିଛି ତୀବ୍ର ଅସନ୍ତୋଷ । ଯେତେ ମାନଭଞ୍ଜନ ପାଇଁ ନେତାଙ୍କର ଚାହିଁଲେ ବି ହେଉନାହିଁ ସଫଳ । ଏମିତି କି ଆକ୍ସନ ନେବାକୁ ନବୀନ ଦେଲେଣି ପଛଘୁଞ୍ଚା । ଯାହା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛି । ବୈଠକ ପରେ ବୈଠକ ବସାଇ କିଛିନା କିଛି ବାଟ କାଢିବାକୁ ଚାହୁଁଥିଲେ ବି ବାହାରୁନି ରାସ୍ତା । କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ କରି ନେତାଙ୍କୁ ଏକତ୍ରିତ କରି ରଖିବାର ପ୍ରୟାସ ବି ହେଉଛି ଫେଲ୍ । ଆହୁରି ବଢୁଛି ଗୋଷ୍ଠୀ କନ୍ଦଳ । କେମିତି ଏଥିରୁ ବିଜେଡିକୁ ରକ୍ଷା ମିଳିବ କାହାରି ପାଖରେ ନାହିଁ କିଛି ରଣନୀତି । ଥିଲେ ବି କେହି ଚାହୁଁନାହାନ୍ତି ତାକୁ କରିବାକୁ ଇମ୍ପଲିମେଣ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି