Masthead

କାମ ଦେଲାନି ଅନୁକମ୍ପା: ବାଜିଲା ଶଙ୍ଖ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ । ବିଜେପି ହାତରୁ ଖସିଗଲା ଏହି ଆସନ । ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜୟୀ ହୋଇଛନ୍ତି । ସେ ୮୨ ହଜାର ୮୧୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପୀ ପ୍ରାର୍ଥୀ ମାନସ କୁମାର ଦତ୍ତ ୬୯ ହଜାର ୪୧୫ ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୪ ହଜାର ୯୦୧ ଭୋଟ ପାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ୧ହଜାର ୨୪୫, ଭାଗ୍ୟଉଦିତ ଦାସ ପଟ୍ଟନାୟକ ୩୦୭ ଓ ମହମ୍ମଦ ନୁମାନ ଖାନ ୨୪୫ ଭୋଟ ପାଇଛନ୍ତି । ନୋଟାକୁ ଯାଇଛି ୬୯୧ ଭୋଟ । ଏହି ନିର୍ବାଚନମଣ୍ଡଳୀରେ କୌଣସି ଭୋଟ ନାକଚ ହୋଇନାହିଁ । ମୋଟ ୧୫୯୬୧୪ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ ।
ମୋଟ ୧୪ଟି ଟେବୁଲରେ ଭୋଟ ଗଣତି କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଥିବା ୱେୟାର ହାଉସ ଗୋଦାମରେ ହୋଇଥିଲା ଭୋଟ ଗଣତି । କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା । ସମୁଦାୟ ୨୫ ରାଉଣ୍ଡ ଗଣତି ହୋଇଥିଲା ।
ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରେ ଏଠାରେ ଉପ ନିର୍ବାଚନ ଆବଶ୍ୟକତା ପଡ଼ିଥିଲା । ବିଜେପି ଆଶା କରିଥିଲା ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରି ସମବେଦନା ଭୋଟ ହାତେଇବ । ମାତ୍ର ତାହା ସମ୍ଭବ ହେଲା ନାହିଁ । ମଉଳି ଗଲା ପଦ୍ମଫୁଲ, ବାଜିଲା ଶଙ୍ଖ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା