Masthead

ବିଜେଡି କର୍ମୀଙ୍କୁ ମାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି କର୍ମୀଙ୍କୁ ମାଡ଼ । ବିଜେଡି କର୍ମୀ ରୋହିତ ଖୁଣ୍ଟିଆଙ୍କୁ ମାଡ଼ । ପ୍ରତିବାଦରେ ଖଣି ଅଞ୍ଚଳ ବନ୍ଦ । ବିଜୁ ଜନତା ଦଳ ନେତା ତଥା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ମେଡିକାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସରିବା ପରେ ସୁକିନ୍ଦା ଅଞ୍ଚଳରେ ରାଜନୀତିକ ହିଂସା ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ରାଜନୀତି ଆକ୍ରୋଶ ରଖି କିଛି ଅସାଧୁ ଯୁବକମାନେ ଦାମୋଦରପୁର ଗ୍ରାମର ରୋହିତ ଖୁଣ୍ଟିଆଙ୍କୁ ଜୀବନରୁ ମାରିଦେବା ପାଇଁ କଳିଙ୍ଗନଗର ଥାନା ଏବଂ ତାଙ୍କ ଷ୍ଟାଫଙ୍କ ସମ୍ମୁଖରୁ ସୁକିନ୍ଦା ଅଞ୍ଚଳରୁ ଅପହରଣ କରି ନେଇଯାଇଥିବା ସିସି ଟିଭି ଫୁଟେଜରେ କଏଦ ହୋଇଥିବା ଦେଖିବାକୁ ମିଳିଛି ।

ରୋହିତ ଖୁଣ୍ଟିଆ ନିଜ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଯାଜପୁର ଯିବା ସମୟରେ ତାଙ୍କୁ ପ୍ରଥମେ ବାରଗାଡ଼ିଆ ଗ୍ରାମର ଏବଂ ନଦିଆଭଙ୍ଗା ଗ୍ରାମର କିଛି ଅସାଧୁ ଯୁବକ ଡୁବୁରି ଛକରେ ପାଇ ଗୋଡ଼ାଇ ଗୋଡ଼ାଇ କଳିଙ୍ଗନଗର ଥାନା ସମ୍ମୁଖରେ ମାଡ଼ ମାରିବା ସହିତ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେହି ଥାନାରେ ଉପସ୍ଥିତ ଥିବା କିଛି ମହିଳାମାନେ ରୋହିତ ଖୁଣ୍ଟିଆଙ୍କୁ ଉଦ୍ଧାର କରିଥିଲେ । ପରେ ରୋହିତ ଖୁଣ୍ଟିଆ ସେ ଅସାଧୁ ଯୁବକଙ୍କ ନାମରେ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ନିଜକୁ ଅସୁରକ୍ଷିତ ମନେ କରି ପୋଲିସ ସୁରକ୍ଷାରେ ଘରକୁ ଯିବା ପାଇଁ କହିଥିଲେ ।

ଏ ସମସ୍ତ ଘଟଣା କଳିଙ୍ଗନଗର ଥାନା ଅଧିକାରୀ ଜାଣିବା ପରେ ପୋଲିସ ସୁରକ୍ଷାରେ ରୋହିତ ଖୁଣ୍ଟିଆଙ୍କୁ ତାଙ୍କ ଘରେ ଛାଡିବାକୁ ଯିବା ସମୟରେ ସୁକିନ୍ଦା ଛକରେ ଥିବା ବୀଣାପାଣି ମେଡିସିନ ଦୋକାନ ସମ୍ମୁଖରେ ସୁକିନ୍ଦା ଗ୍ରାମର ଯୁବକ, ଜାମୁପସି ଗ୍ରାମର ଯୁବକ, ବାରଗାଡ଼ିଆ ଗ୍ରାମର ଯୁବକ ଏବଂ ନଦିଆଭଙ୍ଗା ଗ୍ରାମର ଯୁବକମାନେ ମିଶି କଳିଙ୍ଗନଗର ଥାନା ଗାଡି ଏବଂ ତାଙ୍କ ଷ୍ଟାଫଙ୍କୁ ଜବରଦସ୍ତି ଅଟକାଇ ରୋହିତ ଖୁଣ୍ଟିଆକୁ ମରଣାତ୍ମକ ଆକ୍ରମଣ କରି ଲୋହୁ ଲୁହାଣ କରିବା ସହ ତାଙ୍କୁ ଅପହରଣ କରି ନେଇଥିଲେ । ସିସି ଟିଭି ଫୁଟେଜକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ସନ୍ଧ୍ୟା ସମୟରେ ଅପହରଣକାରୀମାନେ ରୋହିତ ଖୁଣ୍ଟିଆକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଳିଙ୍ଗନଗର ଥାନା ସମ୍ମୁଖରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାରେ ଅପହରଣ କାରିମାନଙ୍କୁ ଯଦି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ ପୂର୍ବରୁ ଗିରଫ କରାନଯାଏ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ