ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା, ପିଲାଙ୍କ ଖାଦ୍ୟକୁ ବି ଛାଡ଼ିଲେ ନାହିଁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ):  ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା । ଶିଶୁ ଖାଦ୍ୟକୁ ବି ଛାଡିଲେ ନାହିଁ ଅଙ୍ଗନୱାଡି କର୍ମୀ ଓ ଉପରସ୍ତ ଅଧିକାରୀ । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୋରୁଅ ପଞ୍ଚାୟତର ତ୍ରିମୁଣ୍ଡାପାରି ମିନି ଅଙ୍ଗନବାଡି କେନ୍ଦ୍ରରେ । ରାଜ୍ୟ ବାହାରେ ରହି ପାଠ ପଡୁଥିବା ପିିଲାଙ୍କ ନାମରେ ଜାଲି ଦସ୍ତଖତ କରି ଖାଦ୍ୟ ହଡପ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ଉପରିସ୍ଥ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଏହି ଘଟଣାକୁ ନେଇ ପ୍ରତିକି୍ରୟା ରଖିଛନ୍ତି ଅଙ୍ଗନୱାଡି କର୍ମୀ ।

କହିଛନ୍ତି ଅଙ୍ଗନୱାଡି କେନ୍ଦ୍ରକୁ ଆମେ ଠିକ ଭାବରେ ପରିଚାଳନା କରୁଛୁ ଆମ ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏ ବିଷୟରେ ବ୍ଲକ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏହି ଘଟଣା ର ତଦନ୍ତ କରାଯାଇ ଜିଲ୍ଲା ମୁଖ୍ୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଦିଆ ଯାଇଥିବାର ସେ କହିଥିଲେ । ତେବେ ଆଗାମୀ ଦିନରେ ଏହି ଘଟଣାର ପର୍ଦାଫାଶ କରାନଗଲେ ଆଗାମୀ ଦିନରେ ଅଭିଭାବକ ଓ ଗ୍ରାମବାସୀ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ