Masthead

ଚିଲିକାରେ କେନ୍ଦ୍ରମନ୍ତ୍ରୀଙ୍କ ଡଙ୍ଗା ନିଖୋଜ, ୫ ଘଣ୍ଟା ପରେ ନଳବଣ ପାଖରୁ ମିଳିଲା ସନ୍ଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚିଲିକାରେ ଫସିଲା ଡଙ୍ଗା । ଫସିଲେ କେନ୍ଦ୍ରମନ୍ତ୍ରୀ । ୫ ଘଣ୍ଟା ପରେ ନଳବଣ ପାଖରୁ ମିଳିଲା ସନ୍ଧାନ । ବାଲୁଗାଁ କାର୍ଯ୍ୟକ୍ରମ ସାରି ସାତପଡ଼ା ଫେରୁଥିଲେ କେନ୍ଦ୍ରମନ୍ତ୍ରୀ ତଥା ମତ୍ସ୍ୟସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲ । କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅନ୍ୟ ବରଷ୍ଠ ନେତାମାନେ ମଝି ଚିଲିକାରେ କିଛି ସମୟ ପାଇଁ ଫସି ରହିବା କାରଣରୁ ଏଭଳି ଖବର ଆସିଥିଲା। ବାଟ ନ ପାଇ ଏଣେତେଣେ ପଶିଯାଇଥିଲେ ଓ ଚିଲିକାରେ ପଡ଼ିଥିବା ଜାଲରେ ବୋଟ୍‌ ଛନ୍ଦି ହୋଇ ଅଟକି ଯାଇଥିଲା।

୫ ଘଣ୍ଟା ପରେ ନଳବଣ ଉତ୍ତର ପାର୍ଶ୍ବ ଡ୍ରୋଜର କୁଦା ନିକଟରୁ ତାଙ୍କୁ ଉଦ୍ଧାର କରାଯାଇ ରାତି ପ୍ରାୟ ସାଢ଼େ ୮ଟାରେ ସାତପଡ଼ା କୂଳକୁ ଅଣାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ କାର୍ଯ୍ୟକ୍ରମ ସାରି ବୋଟ୍‌ରେ ଫେରିବା ବେଳେ ଏହି ଅଘଟଣ ଘଟିଛି। କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏହା ବଡ଼ ପ୍ରଶ୍ନ ଠିଆ କରିଛି। ମତ୍ସ୍ୟଜୀବୀଙ୍କ ପାଇଁ ‘ସାଗର ପରିକ୍ରମା’ର ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ସେଠାକୁ ଯିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଓଟିଡିସି ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପିଡ୍‌ ବୋଟ୍‌ର ବ୍ୟବସ୍ଥା କରାଯାଇଥିଲା। ସାଙ୍ଗରେ ଆଉ ଏକ ବୋଟ୍‌ ଓ ଡଙ୍ଗା ବି ରହିଥିଲା। କିନ୍ତୁ କେଇ ମିନିଟ୍‌ର ଯାତ୍ରା ପରେ କେନ୍ଦ୍ରମନ୍ତ୍ରୀଙ୍କ ବୋଟ୍‌ର କୌଣସି ସନ୍ଧାନ ମିଳିନଥିଲା। ସାତପଡ଼ା ଆସିବା ବଦଳରେ ଚାଳକ ଅନ୍ୟ ରୁଟ୍‌ରେ ବୋଟ୍‌ ନେଇ ପଳାଇଥିଲେ। ପହଞ୍ଚିବା ବିଳମ୍ବ ହେବାରୁ ଡଙ୍ଗାରେ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର ଓ ଅନ୍ୟମାନେ ଓଟିଡିସି, ସିଡିଏ ସହ ଦଳୀୟ ନେତା ଓ ଅନ୍ୟମାନଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଚିଲିକା ମଝିରେ ଜିପିଏସ୍‌ ବ୍ୟବସ୍ଥା କାମ କରୁନଥିବାରୁ ସହଜରେ ବୋଟ୍‌କୁ ଠଉରାଇବା ସମ୍ଭବପର ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ