Masthead

ବଙ୍ଗୋପସାଗରରେ ବାତ୍ୟା ଭୟ, ଲଘୁଚାପ ପରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା ଭୟ । ଅତି ଭୀଷଣ ରୂପ ନେଇପାରେ ବାତ୍ୟା । ପୂର୍ବରୁ ବିଭିନ୍ନ ବିଦେଶୀ ମଡେଲ୍‌ ବାତ୍ୟା ନେଇ ଆକଳନ କରୁଥିବା ବେଳେ ଏବେ ଭାରତୀୟ ପାଣିବାଗ ବିଭାଗର ସାପ୍ତାହିକ୍‌ ‘ବିସ୍ତାରିତ ପରିସର ଆକଳନ’ ବୁଲେଟିନ୍‌ରେ ହୋଇଥିବା ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ଖୋରାକ୍‌ ଯୋଗାଇଛି। ବାତ୍ୟା ବେଳେ ପବନର ବେଗ ୧୫୦କିମି ଡେଇଁପାରେ । ଓଡ଼ିଶା ଉପକୂଳରେ ପାରାଦୀପରୁ ବାଲେଶ୍ୱର ମଝିରେ ସିଧା ମାଡ଼ ହେବାର ସମ୍ଭାବନା ରହିଛି । ଗ୍ଲୋବାଲ୍ ଫେରକାଷ୍ଟିଂ ମଡେଲ (ଜିଏଫ୍ଏସ୍) ଏମିତି ପୂର୍ବାନୁମାନ ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ। ଜିଏଫ୍ଏସ୍ ପୂର୍ବାନୁମାନ କହୁଛି, ଓଡ଼ିଶା ଭିତରେ ହିଁ ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି । ବାତ୍ୟା ଦୁର୍ବଳ ପରେ ବି ସପ୍ତାହ ଯାଏ ଓଡ଼ିଶା ଉପରେ ଲଘୁଚାପ ରହିବ । ଜିଏଫ୍ଏସ୍ ମଡେଲ ଏଭଳି ଆକଳନ କରିଛି ।

ଖାଲି ଜିଏଫ୍ଏସ୍ ମଡେଲ ନୁହେଁ, ଏନ୍ସିଇପି ମଡେଲର ଆକଳନ ମଧ୍ୟ ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ୩୦ରୁ ୪୦% ରହିଛି ବୋଲି ଆଇଏମ୍ଡି ଇଆର୍ଏଫ୍ ମଡେଲ ପୂର୍ବାନୁମାନ କରିଛି । ଇସି ଏଆଇଏଫ୍ଏସ୍ ମଡେଲ କହିଛି କାଟାଗୋରୀ-୧ ବାତ୍ୟା ହେବ । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା ନେଇ ଏବେଯାଏ କୌଣସି ଆକଳନ କରାଯାଇନି । ଏହି ସମୟରେ ଲଘୁଚାପ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ।ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ ।

ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଯାଇପାରେ । ଏହା ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ । ୨୩ ଓ ୨୪ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି । ଗ୍ଲୋବାଲ ଫୋରକାଷ୍ଟ୍ ସିଷ୍ଟମ(ଜିଏଫଏସ୍) ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟା କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍ ରହିବ । ଅତି ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ । ପରେ ଏହା ଦୁର୍ବଳ ହୋଇଯିବ ସତ, କିନ୍ତୁ ଲଘୁଚାପ ସକ୍ରିୟ ରହିବ । ଅକ୍ଟୋବର ମାସ ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍ ଆକଳନ କରିଛି । ଏଭଳି ହେଲେ ୨୩ ତାରିଖରୁ ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’