Before Header

୨ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

0 20

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା । ଅପରାହ୍ଣ ୪ଟାରେ ଝାରସୁଗୁଡ଼ାରେ ପହଂଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଜେପି କାର୍ଯ୍ୟାଳୟକୁ ଗସ୍ତ କରିବେ । ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ୟ୍ୟକର୍ତ୍ତାଙ୍କ ସହ ନଡ୍ଡା ଆଲୋଚନା କରିବେ । ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଭବାନୀପାଟଣାର ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ । ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦିଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗଦେବେ । ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.