Masthead

‘ପିଏମ ଆବାସ ବଣ୍ଟନ ପାଇଁ ବିଜେଡ଼ି ଟଙ୍କା ଆଦାୟ କରୁଛି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୟା ପ୍ରସାଦ କମିଟି ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି । ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ ବୋଲି କହିଲା ବିଜେପି । ପ୍ରେସମିଟ୍‌ରେ ଦାବି କଲେ ସା. ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିର ରାଜନୀତି କାରଣରୁ ଘର ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଅନ୍ତୁ ରାଜ୍ୟ ସରକାର । ମାସେ ସମୟ ଦେଲା ବିଜେପି । ନଚେତ୍ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ସବୁ ବ୍ଲକରେ ଆନ୍ଦୋଳନ କରିବ ବିଜେପି । ୯ ଲକ୍ଷ ୫୯ ହାଜର ଘର ପାଇଁ କାର୍ୟ୍ୟାଦେଶ ବଣ୍ଟା ହେଲା ବେଳେ ଲୋକଙ୍କ ଠାରୁ ବିଜେଡ଼ି ୨୦ ହଜାରରୁ ୨୫ ହାଜର ଟଙ୍କା ଚାନ୍ଦା ଆଦାୟ କରିଛି ବୋଲି ଅଭିଯୋଗ କଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଚଞ୍ଚକତା କରି ନିଜକୁ ଘଣ୍ଟ ଘୋଡାଇବାକୁ ବିଜେଡ଼ି ଚେଷ୍ଟା କଲେ ତାହା ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଲା ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ