ବିଜେପି ନେତାମାନେ କେବଳ ଚେୟାର ପଛରେ ଦୌଡୁଛନ୍ତି: ମଲ୍ଲିକାଜ୍ଜୁର୍ନ ଖଡଗେ

ରାୟଗଡ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କାଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କହିଛନ୍ତି ମୋଦି ହେଉଛନ୍ତି ଜଣେ ମିଥ୍ୟାବାଦି ନେତା । ଛତିଶଗଡର ରାୟଗଡ଼ରେ ‘ଭରୋସେ କା ସମ୍ମିଳନୀ’ରେ ସେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଥ୍ୟାବାଦୀ ନେତା ବୋଲି କହିଛନ୍ତି। ଲୋକଙ୍କୁ ବେରୋଜଗାର ରଖିବା ମୋଦିଙ୍କ ଗ୍ୟାରେଣ୍ଟି। ଖଡଗେ ଆହୁରି ମଧ୍ୟ କହିଛନ୍ତି, ଦେଶରେ କେବଳ ଦୁଇଜଣ ଲୋକ ସରକାର ଚଳାଉଛନ୍ତି, ଜଣେ ମୋଦି ଏବଂ ଅନ୍ୟ ଜଣେ ଶାହା। ସେମାନଙ୍କ ବ୍ୟତୀତ କ’ଣ ଘଟିବ ତାହା ଅନ୍ୟ କେହି ଜାଣନ୍ତି ନାହିଁ। ମୋଦି ଛତିଶଗଡକୁ ଆସିଲେ କଂଗ୍ରେସ ସରକାରଙ୍କୁ ବଦନାମ କରନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଧମକ ଦିଅନ୍ତି ଯେ ଯଦି ସେମାନେ ଆମ କଥା ନ ଶୁଣନ୍ତି, ତେବେ ଇଡି ଏବଂ ଆଇଟି ଦ୍ୱାରା ଚଢାଉ କରାଯିବ।

କିନ୍ତୁ ଆମେ ଦୃଢତାର ସହ ଲୋକଙ୍କ ନିକଟକୁ ଯିବୁ। ଲୋକମାନେ କେବଳ କଂଗ୍ରେସକୁ ପସନ୍ଦ କରନ୍ତି। ୨୦୨୩ ଏବଂ ୨୦୨୪ରେ ମଧ୍ୟ କଂଗ୍ରେସ ସରକାର ଗଠନ ହେବ। ମୋଦି ଜୀ ଦୂରରୁ ଲୋକଙ୍କୁ ଦର୍ଶନ ଦିଅନ୍ତି। ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର। କିନ୍ତୁ ଆମର ରାହୁଲ ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ନିଜ ଯାଇ ଲୋକମାନଙ୍କୁ ଭେଟନ୍ତି। ନିର୍ବାଚନରେ ଆମେ ନିଶ୍ଚିତ ଭାବେ ଏଥିରୁ ଉପକୃତ ହେବୁ। ବିଜେପି ନେତାମାନେ କେବଳ ଚେୟାର ପଛରେ ଦୌଡୁଛନ୍ତି ବୋଲି କଂଗ୍ରେସ ସଭାପତି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’