ନିର୍ବାଚନର ଗୋଟିଏ ଦିନ ପରେ ପ୍ରାର୍ଥୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୯ରେ ପଡିଥିଲା ଭୋଟ୍, ୨୦ରେ ଚାଲିଗଲା ଜୀବନ । ୟୁପି ମୁରାଦାବାଦ ବିଜେପି ସାଂସଦ ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ହୃଦଘାତରେ ମୃତ୍ୟୁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି ଭାରତୀୟ ଜନତା ପାର୍ଟିର ଲୋସଭା ପ୍ରାର୍ଥୀ। ଉତ୍ତରପ୍ରଦେଶ ମୋରାବାଦର ପ୍ରାର୍ଥୀ ସର୍ଭେଶ ସିଂ । ଯିଏ ପାଞ୍ଚଥର ବିଧାୟକ ଏବଂ ଗୋଟିଏ ଥର ଏମପି ଥିଲେ । ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସର୍ଭେଶ ସିଂ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୟୁପି ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ କନୱର ସର୍ଭେଶ କୁମାରଙ୍କ ଦେହାନ୍ତ ହୋଇଛି। ସର୍ଭେଶ ତାଙ୍କ ଗଳାରେ କିଛି ଅସୁବିଧା ଅନୁଭବ କରୁଥିଲେ ଏବଂ ନିକଟରେ ତାଙ୍କର ଅପରେସନ୍ ହୋଇଥିଲା। ଗତକାଲି ସେ ଚେକ୍ ଅପ୍ ପାଇଁ ଏମ୍ସ ଯାଇଥିଲେ ବୋଲି ଚୌଧୁରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ଭେଶଙ୍କ ମୃତ୍ୟୁକୁ “ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି” ବୋଲି କହିଛନ୍ତି।

କୁଅଁର ସର୍ବେଶ ସିଂହ ୨୨ ଡିସେମ୍ବର ୧୯୫୨ରେ ୟୁପିର ରତୁପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତିରେ ବ୍ୟବସାୟୀ ଥିଲେ ମଧ୍ୟ ସର୍ବେଶ ସିଂହ କମ୍ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୧ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୪ ପର୍ୟ୍ୟନ୍ତ ୟୁପିର ଠାକୁରଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୫ ଥର ବିଧାୟକ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ