Masthead

ମହାନଦୀ ବ୍ରିଜରୁ ଡେଇଁ ପଡ଼ିଲେ ଲ୍ୟାବ ଆସିଷ୍ଟାଣ୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାଦନୀ ବ୍ରିଜରୁ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଛନ୍ତି । କଟକ ଶିଖରପୁର ନିକଟ ମହାନଦୀ ବ୍ରିଜରୁ ନଦୀକୁ ଡେଇଁପଡିଥିବାର ସୂଚନା ମିଳିଛି । ତାଙ୍କ ନାମ ଦେବାଶିଷ ଦାସ ହୋଇଥିବାବେଳେ ତାଙ୍କ ଘର ଚାଉଳିଆଗଞ୍ଜ ବୋଲି ଜଣାପଡ଼ିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବରେ ସେ କାର୍ଯ୍ୟ କରୁଥିଲେ ।

ଅପରପକ୍ଷେ ଦେବାଶିଷ ଆଜି ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାରରେ ଯାଉଥିଲେ । ମହାନଦୀ ବ୍ରିଜରେ ସେ ହଠାତ କାରକୁ ଅଟକାଇଥିଲେ । କାର ଅଟକିବା ପରେ ସେ ହଠାତ ନଦୀକୁ ଡେଇଁ ପଡିଥିଲେ । ତେବେ ସୂଚନା ପାଇ ପୁଲିସ ଘଟଣାସ୍ଥରେ ପହଞ୍ଚିଛି । ଏହା ସହିତ ନିଖୋଜ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଛି । ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ