Masthead

ଶୌଚାଳୟ ସଫା କଲେ ବିଜେପି ସାଂସଦ

ପାଟନା(ବଡ଼ ଖବର ବ୍ୟୁରୋ):ନିଜ ହାତରେ ଶୌଚାଳୟ ସଫା କଲେ ବିଜେପି ସାଂସଦ । ଏଭଳି କାର୍ଯ୍ୟ ପାଇଁ ସାଂସଦଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ମଧ୍ୟପ୍ରଦେଶ ରିୱା ର ବିଜେପି ସାଂସଦ ଜନାର୍ଦନ ମିଶ୍ର ଏକ କ୍ଵାରେଣ୍ଟାଇନ ସେଣ୍ଟରର ଶୌଚାଳୟ ନିଜେ ସଫା କରିଛନ୍ତି। ସାଂସଦ ଶୌଚାଳୟ ସଫା କରୁଥିବା ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହା ବେଶ୍ ଆଦୃତ ହୋଇଛି।

ଏହି ଭିଡିଓରେ ସାଂସଦ ଜନାର୍ଦ୍ଦନ ମିଶ୍ର ନିଜ ହାତରେ ଶୌଚାଳୟର ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି। ସେ ଶୌଚାଳୟକୁ ଯାଇ ବ୍ରସ ଖୋଜିଥିଲେ । ମାତ୍ର ପାଇନଥିଲେ । ବାଧ୍ୟ ହୋଇ ନିଜ ହାତରେ ସଫା କରିଥିଲେ। ସାଂସଦ ଜନାର୍ଦନ ମିଶ୍ରା କ୍ଵାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇଥିଲେ । କ୍ଵାରେଣ୍ଟାଇନ ସେଣ୍ଟରର ଶୌଚାଳୟ ଅପରିଷ୍କାର ହୋଇଥିବା ଦେଖିଥିଲେ। ଏହାପରେ ସେ ହାତରେ ଗ୍ଲୋବସ୍ ପିନ୍ଧି ସଫା କରିଥିଲେ । ଜନାର୍ଦନ ମିଶ୍ର କହିଛନ୍ତି, କୌଣସି କାମ ଛୋଟ କିମ୍ଵା ବଡ଼ ନୁହେଁ। ଶୌଚାଳୟ ଅପରିଷ୍କାର ଥିଲା, ମୁଁ ସଫା କରିଦେଲି। ଲୋକମାନେ ସ୍ଵଚ୍ଛତାର ମହତ୍ତ୍ଵ ବୁଝିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା