Masthead

ମହାରାଷ୍ଟ୍ରରେ କେବେ ମନ୍ଦିର ଖୋଲିବ ଜାଣନ୍ତୁ

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ଦେଶରେ ତଳମୁହାଁ କରୋନା ଗ୍ରାଫ୍ । କିନ୍ତୁ ଏବେବି ଯାଇନି ସଂକ୍ରମଣର ଭୟ । ଦେଶରେ ସଂକ୍ରମଣ ହାର ଦିନକୁ ଦିନ କମୁଥିବାରୁ ଜନଜୀବନ ସ୍ୱଭାବିକ ହେବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ୯ମାସ ହୋଇ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଧୀରେ ଧୀରେ ଖୋଲିବାକୁ ଯାଉଛି । ଅନେକ ରାଜ୍ୟରେ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିଥିବା ବେଳେ ଏବେ ବି ଅନେକ ସ୍ଥାନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋଲିନାହିଁ । ତେବେ ମହାରାଷ୍ଟ୍ରରେ ଆଗାମୀ ଦୀପାବଳି ପାଖରୁ ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି । ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୁଚନା ଦେଇଛନ୍ତି ।

ସେ କହିଛନ୍ତି ‘ଆମେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ଆଗାମୀ ଦୀପାବଳି ଠାରୁ ମନ୍ଦିର ଖୋଲିବାକୁ ଚିନ୍ତା କରୁଛୁ ।’ ଏହା ସହିତ ସେ କହିଛନ୍ତି ଗତ ହୋଲି ଠାରୁ ମନ୍ଦିର ସବୁ ବନ୍ଦ ହୋଇଥିବାରୁ ଆଗାମୀ ଦୀପାବଳି ଠାରୁ ସବୁ ମନ୍ଦିର ଖୋଲିବା ପାଇଁ ଆୟୋଜନ କରାଯାଉଛି । ଗତ ୯ମାସ ହେବ ରାଜ୍ୟବାସୀ ଅନେକ ସହଯୋଗ କରିଛନ୍ତି । ତେଣୁ ଏବେ ଆମେ ଚାପମୁକ୍ତ ଅନୁଭବ କରୁଛୁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ଦ୍ୱିତୀୟ ଲହରୀ ଆସିନାହିଁ । ତେଣୁ ଆମ ସମସ୍ତଙ୍କୁ ସତର୍କତା ରହିବା ନିହାତି ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା