ମହାରାଷ୍ଟ୍ରରେ କେବେ ମନ୍ଦିର ଖୋଲିବ ଜାଣନ୍ତୁ

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ଦେଶରେ ତଳମୁହାଁ କରୋନା ଗ୍ରାଫ୍ । କିନ୍ତୁ ଏବେବି ଯାଇନି ସଂକ୍ରମଣର ଭୟ । ଦେଶରେ ସଂକ୍ରମଣ ହାର ଦିନକୁ ଦିନ କମୁଥିବାରୁ ଜନଜୀବନ ସ୍ୱଭାବିକ ହେବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ୯ମାସ ହୋଇ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଧୀରେ ଧୀରେ ଖୋଲିବାକୁ ଯାଉଛି । ଅନେକ ରାଜ୍ୟରେ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିଥିବା ବେଳେ ଏବେ ବି ଅନେକ ସ୍ଥାନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋଲିନାହିଁ । ତେବେ ମହାରାଷ୍ଟ୍ରରେ ଆଗାମୀ ଦୀପାବଳି ପାଖରୁ ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି । ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୁଚନା ଦେଇଛନ୍ତି ।

ସେ କହିଛନ୍ତି ‘ଆମେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ଆଗାମୀ ଦୀପାବଳି ଠାରୁ ମନ୍ଦିର ଖୋଲିବାକୁ ଚିନ୍ତା କରୁଛୁ ।’ ଏହା ସହିତ ସେ କହିଛନ୍ତି ଗତ ହୋଲି ଠାରୁ ମନ୍ଦିର ସବୁ ବନ୍ଦ ହୋଇଥିବାରୁ ଆଗାମୀ ଦୀପାବଳି ଠାରୁ ସବୁ ମନ୍ଦିର ଖୋଲିବା ପାଇଁ ଆୟୋଜନ କରାଯାଉଛି । ଗତ ୯ମାସ ହେବ ରାଜ୍ୟବାସୀ ଅନେକ ସହଯୋଗ କରିଛନ୍ତି । ତେଣୁ ଏବେ ଆମେ ଚାପମୁକ୍ତ ଅନୁଭବ କରୁଛୁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ଦ୍ୱିତୀୟ ଲହରୀ ଆସିନାହିଁ । ତେଣୁ ଆମ ସମସ୍ତଙ୍କୁ ସତର୍କତା ରହିବା ନିହାତି ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା