Masthead

ସଂଗ୍ରାମ ପାତ୍ରଙ୍କ ଅଟକକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ଆଇଟି ସେଲ୍ ସଦସ୍ୟଙ୍କୁ ପୋଲିସ ଅଟକକୁ ନିନ୍ଦା କଲା ବିଜେପି । ସୋସିଆଲ ମିଡିଆରେ ସମାଲୋଚନା ପାଇଁ ଗତକାଲି ରାତିରେ ସଂଗ୍ରାମ ପାତ୍ରଙ୍କୁ ସମ୍ବଲପୁରରେ ଅଟକ ରଖିଛି ପୋଲିସ । ଏହା ଗଣତନ୍ତ୍ରର ଏବଂ ବାକ ସ୍ଵାଧୀନତାର ହତ୍ୟା ବୋଲି କହିଲେ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ପୂର୍ବରୁ ବି ଏ ସରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ରହିଛି ।

ଖାଲି ସଂଗ୍ରାମ ନୁହେଁ ପୂର୍ବରୁ ମଧ୍ୟ ଅନେକ ସାମାଜିକ କର୍ମୀଙ୍କୁ ପୋଲିସ ଆକ୍ରୋଶମୂଳକ ଗିରଫ କରିଛି । ରାଜନୈତିକ ସମାଲୋଚନା ଶୁଣିବାକୁ ନାରାଜ ସରକାର । ଶାସନ ଦାୟିତ୍ୱ ନିର୍ବାଚିତ ପ୍ରତିନିଧିମାନଙ୍କ ଠାରୁ ଅଧିକାରୀଙ୍କ ପାଖକୁ ପଳେଇଛି । ଯେଉଁଥିପାଇଁ ବିଜେଡି ସରକାର ରାଜନୈତିକ ସମାଲୋଚନାକୁ ସହିବାକୁ ନାରାଜ । ସାଧାରଣ ଦଫାରେ ଉଠେଇ ନେଇଛନ୍ତି । ସୋସିଆଲ ମିଡିଆରେ ସମାଲୋଚନା କଲେ ଏମିତି ଦଫାରେ ଗିରଫ କରିବା ନେଇ ସରକାର ସ୍ପଷ୍ଟ କରନ୍ତୁ ।

ଏହା ସାଢ଼େ ୪ କୋଟି ଓଡ଼ିଆଙ୍କ ମୁହଁ ବନ୍ଦ ପାଇଁ ଏହି ଉଦ୍ୟମ । ଯଦି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଏମିତି କାର୍ଯ୍ୟନୁଷ୍ଠାନ, ତେବେ ବିଜେପି ନେତ୍ରୀମାନଙ୍କୁ ବିଜେଡିର କର୍ମୀ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ ସେମାନଙ୍କ ଉପରେ କାହିଁକି ଚୁପ୍ ସରକାର । ତୁରନ୍ତ ସଂଗ୍ରାମ ପାତ୍ରଙ୍କୁ ଛାଡ଼ିବାକୁ ଦାବି କରିଛି ବିଜେପି । ଏଠି ଏକଛତ୍ରବାଦ, ଡିକ୍ଟେଟର ସରକାର ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ତୃତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବାଦ ପଡ଼ିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ